Uncategorized

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ପାଗ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶେଷ ଚିନ୍ତା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସୋମବାର ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପାଣିପାଗ ପୂର୍ବାନୁମାନ ସ୍ୱାଭାବିକ ରହିଛି।

କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଗ  ସମ୍ପୃକ୍ତ ଅଂଶୀଦାର ସଂସ୍ଥାମାନଙ୍କ ସହ ଏକ ବୈଠକ କରି ପରିବର୍ତ୍ତିତ ପାଣିପାଗ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ସାଧାରଣ ନିର୍ବାଚନ ସମୟରେ ଗରମ ପାଗ ଜନିତ କୌଣସି ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପ ଉପରେ ଆୟୋଗ ଆଲୋଚନା କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଭାଗୀୟ ମୁଖ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ବୈଠକରେ ନିର୍ବାଚନ ଆୟୋଗ, ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଗଠିତ ଏକ ଟାସ୍କଫୋର୍ସ ପ୍ରତ୍ୟେକ ମତଦାନ ପର୍ଯ୍ୟାୟର ପାଞ୍ଚ ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତାର ପ୍ରଭାବର ସମୀକ୍ଷା କରିବେ।
ନିର୍ବାଚନ କାର୍ଯ୍ୟକୁ ପ୍ରଭାବିତ କରୁଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିରେ ସହାୟତା ପାଇଁ ପ୍ରସ୍ତୁତ ରହିବା ଏବଂ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *