Uncategorized

ମୁସଲମାନଙ୍କୁ ନେଇ ମୋଦୀଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ଗଣମାଧ୍ୟମ କ’ଣ ଲେଖିଲେ ?

ମୁସଲମାନମାନଙ୍କ ଉପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଭାରତୀୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଜାତୀୟ ତଥା ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୋଦୀଙ୍କ ମନ୍ତବ୍ୟ ଉପରେ ସିଏନ୍ଏନ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ନୂଆଦିଲ୍ଲୀ: ମୁସଲମାନମାନଙ୍କ ଉପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଭାରତୀୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଜାତୀୟ ତଥା ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୋଦୀଙ୍କ ମନ୍ତବ୍ୟ ଉପରେ ସିଏନ୍ଏନ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ସିଏନଏନ ହେଡଲାଇନରେ ପ୍ରକାଶ କରିଛି ଭାରତର ନିର୍ବାଚନରେ ବିଭାଜନ ଆହୁରି ଗଭୀର ହୋଇଛି କାରଣ ମୋଦୀଙ୍କ ମୁସଲମାନମାନଙ୍କ ଉପରେ ମନ୍ତବ୍ୟଘୃଣା ଭାଷଣ ନେଇ ଅଭିଯୋଗ ଆଣିଛି।

ଆମେରିକାର ଗଣମାଧ୍ୟମ ଲେଖିଛି ରବିବାର ଦିନ ଏକ ନିର୍ବାଚନ ରାଲିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମୋଫୋବିକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି। ଏହାସହ ଏହା ଦର୍ଶାଯାଇଛି ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ଅନେକ ସପ୍ତାହ ଧରି ଚାଲିବାକୁଥିବା ନିର୍ବାଚନ ଜାରି ରହିଛି। ଯେଉଁଥିରେ ମୋଦୀଙ୍କ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) କ୍ରମାଗତ ତୃତୀୟ ଥର କାର୍ଯ୍ୟକାଳ ହା‌‌ତେଇବ ବୋଲି ଆଶା କରାଯାଉଛି।

ସିଏନ୍ଏନ୍ ଲେଖିଛି ରାଜସ୍ଥାନରେ ଏକ ଜନସମାଗମରେ ମୋଦୀ କହିଛନ୍ତି ଦେଶର ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ ଭୋଟ୍ ପାଇ କ୍ଷମତାକୁ ଆସିଲେ ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରିବ। ମୁସଲିମ ସମ୍ପ୍ରଦାୟର ନାମକୁ ସ୍ପଷ୍ଟ ଶବ୍ଦରେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପୁରୁଣା ଭାଷଣକୁ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ କହିଥିଲେ, ଦେଶର ସମ୍ବଳ ଉପରେ ମୁସଲମାନମାନଙ୍କର ପ୍ରଥମ ଅଧିକାର ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣକୁ ଉଦ୍ଧୃତ କରି ସିଏନ୍ଏନ୍ ଲେଖିଛି, ‘ଏହାପୂର୍ବରୁ ଯେତେବେଳେ ତାଙ୍କ ସରକାର କ୍ଷମତାରେ ଥିଲେ ସେତେବେଳେ ସେ କହିଥିଲେ ଯେ ଦେଶର ସମ୍ପତ୍ତି ଉପରେ ମୁସଲମାନମାନଙ୍କର ପ୍ରଥମ ଅଧିକାର ଅଛି। ଏହାର ଅର୍ଥ କେଉଁମାନେ ଏହି ସମ୍ପତ୍ତି ସଂଗ୍ରହ କରିବ ଏବଂ ଏହାକୁ କେଉଁମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଆପଣମାନଙ୍କର କଷ୍ଟ ଅର୍ଜିତ ଟଙ୍କା ଅନୁପ୍ରବେଶକାରୀଙ୍କୁ ଦିଆଯିବ କି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଭାରତରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ବିରୋଧୀ ତାଙ୍କ ଭାଷଣକୁ ଏକ ବଡ଼ ପ୍ରସଙ୍ଗ କରିଛନ୍ତି। ସିଏନ୍ଏନ୍ ଲେଖିଛି ବିରୋଧୀ ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ହିନ୍ଦୁ ଜାତୀୟତାର ବ୍ରାଣ୍ଡର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିଛନ୍ତି। ବିଜେପି ବିଭାଜନକାରୀ ଭାଷଣ ଦେଉଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି। ମୋଦୀଙ୍କ ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଛି କି ନାହିଁ ଯାଞ୍ଚ କରିବାକୁ ବିରୋଧୀ ଦଳ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *