ରାଜ୍ୟ

ସମ ହସପିଟାଲରେ ଚିକିତ୍ସିତ ହେଉଥିବା କନ୍ଧମାଳର ଗଣମାଧ୍ୟମ ପ୍ରତିନିଧି , ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଉତ୍କଳ ହସପିଟାଲକୁ ସ୍ତାନାନ୍ତର କରାଯାଇଛି।

ସମ ହସପିଟାଲରେ ଚିକିତ୍ସିତ ହେଉଥିବା କନ୍ଧମାଳର ଗଣମାଧ୍ୟମ ପ୍ରତିନିଧି , ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଉତ୍କଳ ହସପିଟାଲକୁ ସ୍ତାନାନ୍ତର କରାଯାଇଛି।ନିମୋନିଆ, ଖାଦ୍ୟ ନଳୀ ଓ ଶ୍ୱାସ ନଳୀ ଜନିତ ସଂକ୍ରମଣ ଯୋଗୁଁ ଦୀର୍ଘ ୧୧ଦିନ ଧରି ସମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।ପୂର୍ବରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଭାଗରେ ଏକ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ।ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ଲହର କାଶ ପ୍ରାୟ ୫୦%କମିଥିବା ବେଳେ ଗତ ଚାରି ଦିନ ଧରି ମେଡ଼ିକାଲ ରେ ଶୋଇ ପାରି ନାହାନ୍ତି।ଶୋଇଲେ କାଶ ଅଧିକ ହେବା ସହ ନୂଆ ଭାବେ 3 ଦିନ ହେବ ହାକୁଟି ବାହାରିଛି।ଗ୍ୟାସଷ୍ଟିକ ବହୁ ଅଧିକ ବୃଦ୍ଧି ପାଇଛି।ଆଗରୁ ଡାଇବେଟିସ କିଛି ନଥିବା ବେଳେ ହଠାତ ୩୦୦ ରୁ ଅଧିକକୁ ବୃଦ୍ଧି ପାଇଛି।ସମ ହସପିଟାଲରେ ଏଗାରଦିନ ପରେ ରୋଗ ଚିହ୍ନଟ ହୋଇ ନ ପାରିବାରୁ ଉତ୍କଳ ହସପିଟାଲକୁ ସ୍ତାନାନ୍ତର ହୋଇଛନ୍ତି।ପାକସ୍ଥଳୀ ଜନିତ କିଛି ସମସ୍ୟା ଥିବା ଅନୁମାନ କରାଯାଉଛି। ଉତ୍କଳ ହସପିଟାଲରେ ଚିକିତ୍ସା ଆରମ୍ଭ ହୋଇଯାଇଛି।ରାଜ୍ୟ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ମନୋ ଦାସଙ୍କ ସହ ସଦସ୍ୟମାନେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।ଜିଲା ପ୍ରେସ କ୍ଲବ ସଭାପତି ସୁନିଲ ପଟନାୟକ, ଡ ଅରୁପ ଜେନା ପ୍ରମୁଖ ନିୟମିତ ଚିକିତ୍ସାର ଅଗ୍ରଗତି ନେଇପଚାରି ବୁଝିବା ଆସୁ ଆରୋଗ୍ୟ କାମନା କରିଛନ୍ତି।ବରିଷ୍ଠ ନାଗରିକ ସଂଘ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମାଜିକ କର୍ମୀ ଅଶୋକ ପରିଡାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

Leave a Reply

Your email address will not be published. Required fields are marked *