ରାଜ୍ୟ

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି l ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତ ର ବୋରିକିଆ ଗାଁ ରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସ ଡି ପି ଙ୍କ ରାହୁଲ୍ ଗୋୟଲ୍ ଙ୍କ ନେତୃତ୍ଵ ରେ ଏକ ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଜବତ କରି ଆସିଥିବା ବେଳେ ଗ୍ରାମବାସୀ ମାନେ ସଂଘବଦ୍ଧ ଭାବରେ ପ୍ରତିବାଦ କରି ଗଞ୍ଜେଇ ଲୋଡ୍ ଗାଡ଼ି ଓ ପୋଲିସ୍ ଗାଡ଼ିକୁ ଛାଡି ନଥିଲେ l ଭୋର ଚାରିଟା ରୁ ସକାଳ ଯାଏଁ ଦୀର୍ଘ ଚାରିଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥଲା l ପୋଲିସ୍ ବିନା ସର୍ଚ୍ଚ ୱାରେଣ୍ଟ ରେ ମାଜିଷ୍ଟ୍ରେଟ ଙ୍କ ଅନୁପସ୍ଥିତି ରେ ଘର ଘର ପଶି ଗଞ୍ଜେଇ ଜବତ କରୁଛି ଏବଂ ଗଂଜେଇ ଜବତ ବେଳେ ସୁନା ରୁପା ଟଙ୍କା ଜବରଦସ୍ତ ନେଇ ଆସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ବୋରିକିଆ ଗ୍ରାମବାସୀ ପୁରୁଷ ମହିଳା ଗଞ୍ଜେଇ ଭର୍ତ୍ତି ପୋଲିସ୍ ଗାଡ଼ି କୁ ଛାଡି ନଥିଲେ l ଶେଷରେ ବାଧ୍ୟ ହୋଇ ପୁଲିସ୍ ଜବତ ଚାରି ଶହ କେଜି ରୁ ଉର୍ଦ୍ଧ୍ବ ଘଟଣlସ୍ଥଳରେ ପୋଡି ଦେଇଥିବା ଦେଖିବକୁ ମିଳିଛି ଏନେଇ ବାଲିଗୁଡ଼ା ଥାନା ପୋଲିସ ସାମ୍ୱାଦିକ ସମ୍ମିଳନୀ କରି ସୁଚନା ଦେଇଛି l ଗ୍ରାମବାସୀ ଙ୍କ ଅଭିଯୋଗ କୁ ପୋଲିସ୍ ଖଣ୍ଡନ କରିଛି l ବାଲିଗୁଡା ର ଜୈନିକ ରାଜନୈତିକ ଦଳର ନେତା ଟୁନା ଦାସ କୁଆଡେ଼ ପୋଲିସ୍ କହି ଗାଁ ରୁ ଗଞ୍ଜେଇ ଜବତ ପାଇଁ ପଠେଇ ଥିବା କହିଛନ୍ତି ଗ୍ରାମବାସୀ l ପୁଲିସ କୁଆଡ଼େ ଗ୍ରାମବାସୀ ଙ୍କୁ କହିଛି ଯେ ବାଲିଗୁଡ଼ା ନେତା ଙ୍କ ଇଙ୍ଗିତ ରେ ଗଂଜେଇ ଚଢ଼ାଉ ହେଉଛି ବୋଲି ଏକଥା କୁ ଜୈନିକ ରାଜନୈତିକ ଦଳ ର ନେତା ଅସ୍ବୀକାର କରିଛନ୍ତି l ନିର୍ବାଚନ ଆଉ କମ୍ ଦିନ ଥିବାବେଳେ ବିରୋଧୀ ରାଜନୈତିକ ଫାଇଦା ଉଠାଇବାକୁ ମୋତେ ବଦନାମ କରିବାକୁ ଏହିଭଳି କରୁଛନ୍ତି l ଏକଥା ମିଥ୍ୟା ଓ ମନଗଢା ବୋଲି ଗଣ ମାଧ୍ୟମ କୁ କହୁଛନ୍ତି l ପୋଲିସ୍ କୁ ଗଣ୍ଡଗୋଳ ହତ୍ୟାଧମକ ଓ ଗଂଜେଇ କାରବାର ଅଭିଯୋଗ ରେ ବରିକିଆ ଗ୍ରାମର କିଛି ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି l ପୋଲିସ୍ ଭିଡ଼ିଓ ଆଧାରରେ ତଦନ୍ତ କରି ସଂଶ୍ଳିଷ୍ଟ ଲୋକକୁ ଖୁବ ଶୀଘ୍ର ଗିରଫ କରିବ ବୋଲି ସାମ୍ୱାଦିକ ସମ୍ମିଳନୀ ଜରିଆରେ କହିଛି

Leave a Reply

Your email address will not be published. Required fields are marked *