ରାଜ୍ୟ

ପରଦେଶୀଙ୍କ ପାଇଁ ଚାନ୍ଦବାଲିରେ କୌଣସି ସ୍ଥାନ ନାହିଁ- ଡ. ବ୍ୟୋମକେଶ ରାୟ

ତିହିଡ଼ି, ୦୫.୦୫: ପରଦେଶୀଙ୍କ ପାଇଁ ଚାନ୍ଦବାଲିରେ କୌଣସି ସ୍ଥାନ ନାହିଁ । ବିରୋଧି ଦଳର ସଭାପତି ହୋଇ ଟିକେଟ ବିକୁଛନ୍ତି । କୋଟି କୋଟି ଟଙ୍କା ଆଦାୟ କରିବା ପରେ ଏବେ ଭୋଟରଙ୍କ ପ୍ରଲୋଭିତ କରିବେ । ସେମାନଙ୍କ କାନକୁହା କଥାରେ ପରିଚାଳିତ ନହେବାକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଜାମଯୋଡି ପଞ୍ଚାୟତରେ ଅନୁଷ୍ଠିତ ବିଜେଡିର କର୍ମୀ ସମ୍ମିଳନୀରେ ନେତାଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା । ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ପ୍ରାର୍ଥିୀ ଡ. ବ୍ୟୋମକେଶ ରାୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଚାନ୍ଦବାଲିର ଉନ୍ନତି ପାଇଁ ମାଟି ମୁଠେ ହେଉ ଅଥବା ଇଟା ଖଣ୍ଡିଏ କେଉଁଠି ପକେଇ ନାହାଁନ୍ତି । ମେଣ୍ଟ ସରକାର ସମୟରେ ମନ୍ତ୍ରୀ ଥାଇ ମଧ୍ୟ କୌଣସି ଅବଦାନ ନାହିଁ । ୧୯୯୯ ମସିହା ପରଠାରୁ ନବୀନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଅଦ୍ଭୁତପୂର୍ଣ୍ଣ ଉନ୍ନତି ହୋଇଛି । ୨୦୧୪ରେ ବିଧାୟକଭାବେ ଦାୟିତ୍ୱ ନେବାପରେ ଚାନ୍ଦବାଲିର ଆଖିଦୃଶିଆ ଉନ୍ନତି ହୋଇଛି । ନଦୀନାଳ ଭରା ଏହି ନିର୍ବାଚନ ମଣ୍ଡଳୀରେ ନଦୀରେ ସେତୁ ନିର୍ମାଣ ସହ ଗାଁଗଣ୍ଡାକୁ ରାସ୍ତାଘାଟ, ଫୁଟ୍ ବ୍ରିଜ୍‌, ଭଦ୍ରକ-ଚାନ୍ଦବାଲି ରାସ୍ତାର ନବୀକରଣ, ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଏପରିକି ବିଦ୍ୟୁତ ସେବାରେ ବୈପବ୍ଳିକ ପରିବର୍ତ୍ତନ ହୋଇଛି । ଗତ ଦୁଇ ପାଳିରେ ଚାନ୍ଦବାଲିବାସୀ ବିଜେପି ପ୍ରାର୍ଥି ମନମୋହନ ସାମଲଙ୍କୁ ଉଚିତ ଦେଇ ଆସୁଛନ୍ତି । ଏଥର ମଧ୍ୟ ଜବାବ୍ ଦିଆଯିବା ସହିତ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ହାତମୁଠାକୁ ଟାଣ କରିବାକୁ ଯୋଡି ଶଙ୍ଖରେ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥି ଡ.ବ୍ୟୋମକେଶ ରାୟଙ୍କ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ଯୁବନେତା ତାପସ ନାୟକ, ପଞ୍ଚାୟତ ସଭାପତି ଅର୍ଜୁନ ନାୟକ, ଅକ୍ଷୟ ପାଣିଗ୍ରାହୀ ଓ ରମାକାନ୍ତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ବିଜେଡି ସପକ୍ଷରେ ଭୋଟ ଦେବା ସହିତ ବିରୋଧିଙ୍କୁ କଡ୍ଡା ଜବାବ ଦେବାକୁ ପରାମର୍ଶ ଦେଇଥିଲେ । ଚରଣ ମଳିକ, କରୁଣାକର ବାରିକ ଓ ବିଶ୍ୱନାଥ ମଳିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ କର୍ମୀ ଉପସ୍ଥିତ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *