ରାଜ୍ୟ

ତିହିଡିରେ କଂଗ୍ରେସର ବିଶାଳ କର୍ମୀ ସମାବେଶ

ତିହିଡି,୦୫.୦୫: ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି କଂଗ୍ରେସର କର୍ମୀ ଓ ନେତାଙ୍କୁ ନେଇ ତିହିଡିରେ କଂଗ୍ରେସ ପକ୍ଷରୁ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ କଂଗ୍ରେସ କର୍ମୀ ଓ ନେତାମାନେ ଏକ ବିଶାଳ ପଟୁଆରରେ ତିହିଡି ପୁରୁଣାହାଟ ଛକରୁ ବାହାରି ତିହିଡି ବ୍ଲକ ଛକସ୍ଥିତ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ନିକଟରେ ପହଁଞ୍ôଚ ଥିଲେ । ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ଲୋକସଭା (ସଂରକ୍ଷିତ) ଆସନର କଂଗ୍ରେସ ପ୍ରାର୍ଥି ଅନନ୍ତ ପ୍ରସାଦ ସେଠୀ, ବାସୁଦେବପୁର ବିଧାନସଭା ଆସନର ପ୍ରାର୍ଥୀ ଅଶୋକ କୁମାର ଦାସ, ଚାନ୍ଦବାଲି ବିଧାନସଭା ଆସନର ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ଓ ଧାମନଗର ବିଧାନସଭା ଆସନର ପ୍ରାର୍ଥୀ ରଞ୍ଜନ ବେହେରା, ପିସିସି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ମଧୁମିତା ସେଠୀ, ଦିଗମ୍ବର ଦାସ, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ଉଭୟ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାରଙ୍କୁ ଭର୍ଷନା କରିଥିଲେ । ରାଜ୍ୟର ୨୫ ବର୍ଷର ସରକାର ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଦେବାରୁ ବଞ୍ôଚତ ହୋଇଥିବା ବେଳେ ୧୦ ବର୍ଷର କେନ୍ଦ୍ର ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲେଇ ଚାଲିଛି । ନିଯୁକ୍ତି ନାହିଁ, ଦରଦାମ ହୁହୁ ହୋଇ ବୃଦ୍ଧି ପାଉଛି, ସାମାଜିକ ସୁରକ୍ଷା ନାହିଁ, ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି, ସରକାରୀ ସଂସ୍ଥାକୁ ଘରୋଇ କରଣ କରିବା ଆଦି ଉପରେ ବିଷୋଦଗାର କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୁଶାସନରେ ଲୋକେ ଅତିଷ୍ଠ ହୋଇ ପଡିଲେଣି ସାଧାରଣ ଜନତା । ତେଣୁ ଲୋକେ ଏଥର ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିବା ସହ କଂଗ୍ରେସର କର୍ମୀ ଓ ନେତାମାନେ ସବୁ ମତଭେଦ ଭୁଲି ଏକ ମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟକଲେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଉଦ୍ଧବ ନାୟକ, ବରିଷ୍ଠ ନେତା ମୀନକେତନ ସେନାପତି, ସୁଦର୍ଶନ ସ୍ୱାଇଁ, ବିପିନ ବିହାରୀ ପତି, ସର୍ବେଶ୍ୱର ବେହେରା, ସୁଧାଂଶୁ ଶେଖର ମାହୁନ୍ତ, ନାରୀନେତ୍ରୀ ଝରଣା ମହାନ୍ତି, ପଦ୍ମାବତୀ ଜେନା, ଗଣେଷ ମଳିକ, କୈଳାସ ପାତ୍ର, ବିକ୍ରମ ଜେନା, ସୁବାଶ ସାହୁ, ଉପେନ୍ଦ୍ର ବାରିକ, କରୁଣାକର ମହାରଣା, ଗତିକୃଷ୍ଣ ନାୟକ, ଅମରେନ୍ଦ୍ର ବେହେରା, ଦିଲ୍ଲୀପ ବିଶ୍ୱାଳ, କୈଳାସ ମାଝୀ, ବସନ୍ତ କୁମାର ନାୟକ, ସୁରେଶ ମହାପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ରଞ୍ଜନ ପଣ୍ଡା, ପୀତାମ୍ବର ସେଠୀ, ପୃଥୀରାଜ ନାୟକ, ଦୀପକ ଦାସ, ସୁରେନ୍ଦ୍ର ସାହୁ, ଗୋରାବାବୁ ଶାହା, ନରହରି ନାୟକ, ଜୟୀରାମ ବାରିକ, ରମେଶ ବଳ, ଦୀପକ ଭୋଇ, ଚୈତନ୍ୟ ସେଠୀ, ରବିନ୍ଦ୍ର ମାହୁନ୍ତ, ଲକ୍ଷ୍ମୀଧର ମାଝୀ, ସୁବାସ ପାଢୀ, ସୁଦର୍ଶନ ବାରିକ ଓ ଧର୍ମେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁକୁନ୍ଦପୁର ପଞ୍ଚାୟତର ଯୁବନେତା ତ୍ରିଲୋଚନ ମହାଳିକ, ଭାଟପଡାରୁ ବାବୁଲୀ ବେହେରା, ସୟାରୁ ନକୁଳ ସାମନ୍ତରାୟ ଓ ଆରୁୁହାରୁ ଚରଣ ବାରିକ ପ୍ରମୁଖ କଂଗ୍ରେସରେ ଯୋଗ ଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *