ରାଜ୍ୟ

୯ନଂ ୱାର୍ଡରେ ବିଜେଡି ବିଧାୟକ ପାର୍ଥୀ ଚ୍ୟାଉବାବୁଙ୍କ ପ୍ରଚାର ଦେଖି ବିରୋଧୀ ଛାନିଆ

ବ୍ରହ୍ମପୁର,୫/୫/୨୪: ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ଦଳର ପାର୍ଥୀମାନଙ୍କ ପ୍ରଚାର ଜାରି ରହିଛି । ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ରବିବାର ବିଧାୟକ ପ୍ରାର୍ଥୀ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୯ନଂ ୱାର୍ଡରେ ମାରାଥନ ପ୍ରଚାର ଜୋରଦାର କରିଛନ୍ତି । ୯ ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ପ୍ରଚାର କାର୍ଯ୍ୟକ୍ରମରେ ବିଧାୟକ ପାର୍ଥୀ ଚ୍ୟାଉବାବୁଙ୍କ ସମେତ ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ସାମିଲ ଥିଲେ ।
ହଜାର ହଜାର ମହିଳା ଓ ପୁରୁଷ ସମର୍ଥକମାନଙ୍କ ସହ ୯ନଂ ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚ୍ୟାଉବାବୁ ପ୍ରତିଶ୍ରୁତି ଦେଇଥିଲେ । ବିଜୁଜନତା ଦଳର ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁବକ୍ସି ପାତ୍ର ଓ ବିଧାୟକ ପାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳମାତ୍ରରେ ଭୋଟ ଦେଇ ନିର୍ବାଚିତ କରାଇବାକୁ ଭୋଟରଙ୍କୁ ସ୍ଥାନୀୟ କର୍ପୋରେଟର ସନ୍ତୋଷ ସେଠୀ ଅନୁରୋଧ କରିଥିଲେ । ୯ନଂ ୱାର୍ଡରେ ବିଜେଡି ବିଧାୟକ ପାର୍ଥୀ ଚ୍ୟାଉବାବୁଙ୍କ ପ୍ରଚାର ଦେଖି ବିରୋଧୀ ଛାନିଆ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ପ୍ରଚାର ବେଳେ ପୂର୍ବତନ କର୍ପୋରେଟର ଲକ୍ଷ୍ମୀ ସେଠୀ, ମହିଳାନେତ୍ରୀ ମମତା ବିଷୋୟୀ, ଯୁବନେତା ଗୌରବ ସେଠୀ, କାଳିଆ, ଲୋକାନାଥଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *