ଦେଶ- ବିଦେଶ

ଗାଜା ଭୋକିଲାଙ୍କ ଭୋକକୁ ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର କରୁଛି ଇସ୍ରାଏଲ୍: ଜାତିସଂଘ ପ୍ରକଟ କଲା ଚିନ୍ତା

ଜେନେଭା: ଗାଜାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଜାରି ରହିଛି। ଗାଜାରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଆମେରିକା ଏବଂ ଡେନମାର୍କର ବିମାନ ଦ୍ବାରା ଭୋକିଲାଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟ ପ୍ୟାକେଟ ପକାଯାଉଛି।
ଏପରିସ୍ଥଳେ ଜାତିସଂଘ ପକ୍ଷରୁ କୁହାଯାଇଛି ଇସ୍ରାଏଲ ଗାଜାରେ ଭୋକିଲାଙ୍କ ଭୋକକୁ ଏକ ଯୁଦ୍ଧ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଗାଜାରେ ଭୋକିଲାଙ୍କ ମୃତ୍ୟୁ ଆଶଙ୍କା ବଢୁଥିବାବେଳେ ଏହା ଇସ୍ରାଏଲର ଖାଦ୍ୟ ବଣ୍ଟନ ଉପରେ ଲଗାଯାଇଥିବା ରୋକର ପରିଣାମ ବୋଲି ଜାତିସଂଘ ଚେତାବନୀ ଦେଇଛି। ଇସ୍ରାଏଲ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ଜାତିସଂଘ କହିଛି। ଗାଜାରେ ଇସ୍ରାଏଲ କରୁଥିବା କାର୍ଯ୍ୟ ଏକ ଯୁଦ୍ଧ ଅପରାଧ ବୋଲି ଜାତିସଂଘ ଚିନ୍ତା ବ୍ୟକ୍ତ କରିଛି।ଅର୍ନ୍ତଜାତୀୟ କୋର୍ଟ ନିଷ୍ପତ୍ତି ନେବେ ଇସ୍ରାଏଲ କିଭଳି ଯୁଦ୍ଧ ଅପରାଧ କରିଛି। ‌ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁ କହିଛନ୍ତି ଗାଜାରେ ସୃଷ୍ଟି ହୋଇଥିବା ଭୋକିଲାଙ୍କ ମୃତ୍ୟୁ ପାଇଁ ଜାତିସଂଘ ଦାୟୀ। ଜାତିସଂଘ ଶୀଘ୍ର ଖାଦ୍ୟ ଯୋଗାଣ କରିବାକୁ ସକ୍ଷମ ହୋଇ ପାରୁନାହିଁ। ଭ‌ୋକିଲାଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ ଦାୟୀ ନୁହେଁ।ଜାତିସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଗାଜା ସୀମା ବାହାରେ ଖାଦ୍ୟ ନେଇ ଯାଇଥିବା ଟ୍ରକ୍ ୨୦ ଦିନରୁ ଅଧିକ ସମୟ ଧରି ଅଟକି ରହିଛି। ଇସ୍ରାଏଲ୍ ଜାଣିଶୁଣି ଟ୍ରକ୍ ଗୁଡ଼ିକୁ ଅଟକାଇ ରଖିଛି। ଫଳରେ ୧୦ ଲକ୍ଷରୁ ଅଧିକ ଲୋକ ଭୋକିଲା ରହିଛନ୍ତି।

Leave a Reply

Your email address will not be published. Required fields are marked *