ମୁଖ୍ୟ ଖବର

ବିଶ୍ୱ କବିତା ଦିବସ ଅବସରରେସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମିଳନୀ

କୋଲକାତା, ୨୧/୦୩; ସ୍ଥାନୀୟ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ କବିତା ଦିବସ ଅବସରରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ। ସଭାପତି ଭାବେର ଯୋଗ ଦେଇ ବିଶିଷ୍ଟ ହିନ୍ଦୀ କବି ପ୍ରଭାତ ପାଣ୍ଡେ କବିତାର ଗୁରୁତ୍ୱ ଏବଂ ସୌନ୍ଦର୍ଯ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ସେ ସ୍ବରଚିତ ହିନ୍ଦୀ କବିତା ପାଠ କରିଥିଲେ । ନିମନ୍ତ୍ରିତ କବି ରାହୁଲ ପୁରକାୟସ୍ଥ ବଙ୍ଗଳା କବିତା ଯେ ଦିଗେ ଗୃହେର ପଥ’ ପାଠ କରିଥିବୋବେଳେ ଇଂରାଜୀ ଭାଷାର କବି ନିଶି ପୁଲୁଗୁର୍ଥା ଜଷ୍ଟ ଏ ଫିଉ ବ୍ରିକ୍ସ ରିମେନ’ ଓଦି ଏମ୍ପଟି ହାଉସ ଆଦି କବିତା ପାଠ କରିଥିଲେ। ସେହିପରି ମୈଥିଳି ଭାଷାର ଯୁବ କବି ରୂପେଶ ତିଓଥ ସୀତା-ସୁଭିତା’,ଇେମାଜି ଏହି ଯୁଗ ମେଁ’ ଓ `ଫିରନ ସୁତଲେ ରହି ଗେଲ’ ଶୀର୍ଷକ କବିତା ପଢିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀର ସହକାରୀ ସଂପାଦକ କ୍ଷେତ୍ରବାସୀ ନାଏକ ।

Leave a Reply

Your email address will not be published. Required fields are marked *