ରାଜ୍ୟ

ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଅଧକ୍ଷ ହେଲେ ଚିନ୍ତାମଣି ନାୟକ

ବ୍ରହ୍ମପୁର : ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ନୂତନ ଅଧକ୍ଷ ଭାବେ ବ୍ରହ୍ମପୁରର ସମାଜ ସେବୀ ଚିନ୍ତାମଣି ନାୟକଙ୍କୁ ମନୋନୀତ କରାଯାଇଛି, ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ହୋଇଥିବା ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ୧୪ତମ ଅଧିବେସନରେ ନୂତନ ଅଧକ୍ଷ ଭାବେ ଦାୟିତ୍ୱ ନେଇଥିବା ଚିନ୍ତାମଣି ନାୟକ ଯୋଗ ଦେଇଥିଲେ ଏବଂ ସେଠାରେ ତାଙ୍କୁ ସମସ୍ତ ଅତିଥି ଓ ପରିଷଦର କର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ଶପଥ ପାଠ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା, ପରେ ନୂତନ ଅଧକ୍ଷ ଶ୍ରୀ ନାୟକ ନିଜର ଦାୟିତ୍ୱ ଭାର ଗ୍ରହଣ କରି ବ୍ରହ୍ମପୁରରେ ପହଞ୍ଚିବା ପରେ ସ୍ଥାନୀୟ ବଡଖେମୁଣ୍ଡି ସାହି ଛକ ଠାରେ ଗୋଲ୍ଲାପଲି ସାହି ସେବକ ନଗର ଉନ୍ନୟନ ସଂଘ ତରଫରୁ ସଭାପତି ସୁରଥ ନନ୍ଦଙ୍କ ନେତୃତ୍ୱରେ ତାଙ୍କୁ ବିପୁଳ ପରିମାଣରେ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବାଜାବାଜଣା ଓ ବାଣଫୁଟେଇ ଏକ ବିରାଟ ପଟୁଆରରେ ସାହି ପରିକ୍ରମା କରିବା ପରେ ତାଙ୍କର ନିଜ ବାସଭବନକୁ ପାଛୋଟି ନେଇଥିଲେ। ଏଥିରେ ଫାଲଗୁନ ମଧେଇ, ହରପ୍ରସାଦ ଘଡେଇ, ନରସିଂହ ରଥ, ଦିଲ୍ଲୀପ ହାତୀ, ଜୋହଲା କାଣ୍ଡି, ଟିପୁ ବେହେରା,ବାଦଲ ନାୟକ,ବିଜୟ କାଣ୍ଡି, ଜଗା ହାତୀ,ଗୁରୁ ମଧେଇ,ପିତାମ୍ବର ନାୟକ, ଜିତେନ୍ଦ୍ର ଘଡେଇ,ରୋହିତ ନାୟକ, ମନୋରଞ୍ଜନ ନିମାଇଁ, ଦନାର୍ଦ୍ଧନ ଘଡେଇ, ବାବୁ ନନ୍ଦ, ଏବଂ ସରୋଜ କୁମାର ନାୟକ (କାଳିଆ)ଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *