ଦେଶ- ବିଦେଶ

ପୁଟିନଙ୍କ ପରେ ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ, ଯୁଦ୍ଧ ସମାପ୍ତି ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ଶାନ୍ତିର ସମସ୍ତ ଉଦ୍ୟମ ଏବଂ ରୁଷିଆ-ୟୁକ୍ରେନ ବିବାଦର ଶୀଘ୍ର ଅନ୍ତ ପାଇଁ ଭାରତର ନିରନ୍ତର ସମର୍ଥନ ଥିବା ଜଣାଇଛନ୍ତି। ୟୁକ୍ରେନକୁ ଭାରତ ମାନବିକ ସହାୟତା ପ୍ରଦାନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜେଲେନ୍ସିଙ୍କୁ ଜଣାଇଛନ୍ତି । ଭାରତ-ୟୁକ୍ରେନ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭଲ ଆଲୋଚନା ହୋଇଛି ବୋଲି ମୋଦୀ ‘ଏକ୍ସ’ରେ ଲେଖିଛନ୍ତି ।ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ଜନସାଧାରଣଙ୍କୁ ଭାରତର ନିରନ୍ତର ମାନବିକ ସହାୟତାକୁ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ ।

ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ପଞ୍ଚମ ପାଳି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଏକମାତ୍ର ଉପାୟ ବୋଲି କହିଛନ୍ତି।

କିଛିଦିନ ତଳେ ଅନୁଷ୍ଠିତ ରୁଷ ନିର୍ବାଚନରେ ପୁଟିନ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନରେ ବିରୋଧୀ ଦଳଙ୍କ ପକ୍ଷରୁ କୌଣସି ପ୍ରାର୍ଥୀ ନଥିବାବେଳେ କେବଳ ୩ ଜଣ ନାମମାତ୍ର ପ୍ରାର୍ଥୀ ପୁଟିନଙ୍କ ବିରୋଧରେ ଲଢିଥିଲେ ।

Leave a Reply

Your email address will not be published. Required fields are marked *