ମୁଖ୍ୟ ଖବର

ପୁଣି ବଦଳିଲା ନିଟ୍-ପିଜି ପରୀକ୍ଷା ତାରିଖ, ଏବେ ଏହି ତାରିଖରେ ହେବ ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପିଜି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ପୁଣି ଥରେ ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ- ପୋଷ୍ଟ ଗ୍ରାଜୁଏଟ୍ (ନିଟ୍ ପିଜି)ରେ ପରିବର୍ତ୍ତନ କରିଛି। ଏ ନେଇ ଅଫିସିଆଲ୍ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ, ନିଟ୍ ପିଜି ପରୀକ୍ଷାକୁ ଜୁନ୍ ୨୩ ରେ ହେବ । ତେବେ ଇଣ୍ଟର୍ନସିପ୍ କଟ୍ ଅଫ୍ ତାରିଖ ବିଷୟରେ କହିବାକୁ ଗଲେ ଏହା ସମାନ, ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।ଏନଏମସି ପକ୍ଷରୁ ଜାରି କରାଯାଇଥିବା ପବ୍ଲିକ ବିଜ୍ଞପ୍ତି ଅନୁଯାୟୀ, ନିଟ୍ ପିଜି ୨୦୨୪ ର ଫଳ ଜୁଲାଇ ୧୫ରେ ପ୍ରକାଶ ପାଇବ । ସେହିପରି କାଉନସେଲିଂ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୧୬ରୁ ଶିକ୍ଷାବର୍ଷ ଆରମ୍ଭ ହେବ।

ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ବୋର୍ଡ (ପିଜିଏମବି), ନ୍ୟାସନାଲ ମେଡିକାଲ କମିଶନ, ମେଡିକାଲ ଆଡଭାଇଜରୀ କମିଟି, ସ୍ୱାସ୍ଥ୍ୟ ବିଜ୍ଞାନ ନିର୍ଦ୍ଦେଶାଳୟ ଏବଂ ନ୍ୟାସନାଲ ବୋର୍ଡ ଅଫ ଏକ୍ଜାମିନେସନ ଫର ମେଡିକାଲ ସାଇନ୍ସ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ନିଟ୍ ପିଜି ୨୦୨୪ ପରୀକ୍ଷା ମାର୍ଚ୍ଚ ୩ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା । ପରେ ଏହାକୁ ଜୁଲାଇ ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଦ୍ୱିତୀୟ ଥର ପାଇଁ ନିଟ୍ ପିଜି ପରୀକ୍ଷା ତାରିଖ ସଂଶୋଧନ କରାଯାଇଛି।

Leave a Reply

Your email address will not be published. Required fields are marked *