ଖେଳ

ଆଇପିଏଲ : ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୪୧ ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ ସତର୍କତାର ସହ ଖେଳି ନିଜ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଡୁପ୍ଲେସିସ୍ ୨୫ ରନ ଓ ବିରାଟ ୫୧ ରନ କରି ଆଉଟ ହୋଇଥିଲେ । ସେହିପରି ରଜତ ପଟିଦାର ୫୦ ରନ ଓ କାମେରନ ଗ୍ରୀନ ୩୭ ରନ କରିଥିଲେ । ଦିନେଶ କାର୍ତ୍ତିକ ୧୧ ରନ, ସ୍ବପ୍ନିଳ ସିଂ ୧୨ ରନ ଓ ମହପାଳ ଲାମରୋର ୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।  ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଡକଟ ୩ଟି ଓ୍ବିକେଟ ନେଇଥିବାବେଳେ ଟି.ନଟରାଜନ ୨ଟି ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *