ରାଜ୍ୟ

ପ୍ରଚାର ମୈଦାନରେ ମୋଦୀ; ଗାଡ଼ିରୁ ହାତ ହଲାଇ ଜନତାଙ୍କୁ କଲେ ଅଭିବାଦନ

ନୂଆଦିଲ୍ଳୀ: ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ରାଜ ଭବନରୁ ରାୟପୁର ବିମାନବନ୍ଦରକୁ ଯାଇଥିଲେ। ଏହି ସମୟରେ ସେ କାର ଭିତରୁ ହାତ ହଲାଇ ରାୟପୁରବାସୀଙ୍କୁ ଅଭିବାଦନ ଜଣାଇଥିଲେ।ନିର୍ବାଚନ ପାଖେଇ ଆସୁଥିବା ବେଳେ ଜମୁଛି ନିର୍ବାଚନୀ ପ୍ରଚାର। ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡ଼ର ସୁରଗଡା ଜନତାଙ୍କୁ ସମ୍ଭୋଧନ କରି ମୋଦୀ କହିଛନ୍ତି, ‘‘ମାଆ, ମାଉସୀ, ଭାଇ ଓ ଭଉଣୀ ସମସ୍ତଙ୍କୁ ମୋର ପ୍ରଣାମ। ଭାଜପା ମୋତେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। ଆପଣମାନଙ୍କ ସହଯୋଗ ବିନା ଏହା ଅସମ୍ଭବ ମୋ ପାଇଁ। ଏଥିସହ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ କଂଗ୍ରେସ ସବୁଦିନ ମୋଦୀ ଉପରେ ଆକ୍ରମଣ କରିବାର ଯେଉଁ ପ୍ରୟାସ ଜାରି ରଖିଛି ତାହା ସବୁଦିନ ସେ ଜାରି ରଖିବ।’’

ମୋଦୀ ଆହୁରି ବି କହିଛନ୍ତି ଯେ ‘‘ଆପଣମାନଙ୍କ ସହଯୋଗରେ ମୁଁ ଆଜି ଆଗକୁ ବଢିଛି। କିଛି ମାସ ଆଗରୁ କଂଗ୍ରେସର ଭଷ୍ଟ୍ରାଚାର ବିରୋଧରେ ମୁଁ ଲଢ଼େଇ ଆରମ୍ଭ କରିଥିଲି। ମୋର ସାଥୀମାନେ ମୋତେ ସହଯୋଗ କରିଥିଲେ। ମୁଁ ବିକଶିତ ଭାରତ, ବିକଶିତ ଛତିଶଗଡ ଗଠନ କରିବାରେ ଆପଣମାନଙ୍କ ଠାରୁ ସହଯୋଗ ଆଶା କରୁଛି। ଯେତେବେଳେ ମୁଁ ବିକଶିତ ଭାରତ କଥା କୁହେ କଂଗ୍ରେସ ମୋତେ କଟାକ୍ଷ କରେ।’’

କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ରାୟପୁରରୁ ପୁଣି ରାୟଗଡ଼ ଆଡ଼େ ପଳାଇ ଯାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ସମେତ ଭାଜପାର ଅନେକ ବଡ଼ ନେତା ସାମିଲ୍‌ ହୋଇଥିଲେ।

Leave a Reply

Your email address will not be published. Required fields are marked *