ରାଜ୍ୟ

ଅବସରର ଗୋଟେ ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଅଶୋକ ସ୍ୱାଇଁ ପାଇଲେ ଫାଇନାଲ ପେନସନ ଅର୍ଡର। ଯାହାକି ଶିକ୍ଷା ବିଭାଗରେ ବିରଳ ।

ନିଶ୍ଚିନ୍ତକୋଇଲି-:୩୦/୦୯, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ବିଭାଗ ଅଧିନସ୍ଥ ବହୁ ପୁରାତନ ବିଦ୍ୟାଳୟ ନଇଁଗୁଆଁ ଦାଉଦପୁର ଉଚ୍ଚ ବିଦ୍ୟାଳୟର ବର୍ତମାନର ପ୍ରଧାନ ଶିକ୍ଷକ ୧୯୮୪ ମସିହାରୁ ଇଂରାଜୀ ଶିକ୍ଷକ ରୂପେ ଯୋଗଦାନ କରି ଦୀର୍ଘ ୩୯ବର୍ଷ କାଳଧରି ବହୁ ଛାତ୍ର ଛାତ୍ରୀଙ୍କୁ ସୁଚାରୁ ରୂପେ ଶିକ୍ଷାଦାନ କରିବା ସହ ତାଙ୍କ ପାଖରେ ପାଠ ପଢିଥିବା ବହୁ ଛାତ୍ର ଛାତ୍ରୀ ଆଜି ଉଚ୍ଚ ଶିକ୍ଷିତ ହେବା ସହ ଉଚ୍ଚ ପଦବିରେ ରହିଆସିଥିବା ଜଣା ପଡ଼ିଛି। ତେବେ ଶେଷରେ ଶିକ୍ଷକ ଜଗତର ମଉଡମଣୀ ଶ୍ରୀଯୁକ୍ତ ଅଶୋକ କୁମାର ସ୍ଵାଇଁ ଆଜି ନିଜର ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଏକ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଯୋଗଦାନ କରିବାର ଥିବା ବେଳେ କୌଣିସି କାରଣରୁ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ହୋଇପାରି ନଥିବାରୁ ତାଙ୍କ ସ୍ଥାନରେ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷେହୀରା ଲାବଣ୍ୟବତି ବେହେରା ଯୋଗଦେଇ ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ଵାଇଁଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷା ବିଭାଗ ଓ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଥିବା ଶ୍ରୀଯୁକ୍ତ ସ୍ୱାଇଁଙ୍କ ଅଗାଢ଼ ଭଲ ପାଇବା, କର୍ତ୍ତବ୍ୟନିଷ୍ଟା କାର୍ଯ୍ୟଦକ୍ଷତା ଓ କୋଭିଡ ସମୟରେ ଆଭାସ ମାଧ୍ଯମରେ ସମୟଆନୁବ୍ରତିତ୍ତ ହୋଇ ଛାତ୍ର ଛାତ୍ରୀଙ୍କୁ ଇଂରାଜୀ ଶିକ୍ଷାଦାନ ଭଳି ଗୁରୁତ୍ତ୍ଵପୁର୍ଣ୍ଣ ଭୂମିକା ଯାହାକି ଅନ୍ୟ ମାନଙ୍କ ପାଇଁ ଏକ ବଡ ଉଦାହରଣ ସହ ଶ୍ରୀ ସ୍ୱାଇଁ କେବଳ ଯେ ଖାଲି ଯେ କଟକ ଜିଲ୍ଲା ତାହା ନୁହେଁ ସେ ସମଗ୍ର ରାଜ୍ୟର ଏକ ନମ୍ବର ଇଂରାଜୀ ଶିକ୍ଷକ ଭାବେ ଇଂରାଜୀରେ ରହିଛି ତାଙ୍କ ଅଗାଢ ଜ୍ଞାନ ବୋଲି କହିଥିଲେ। ଉକ୍ତ ସମାରୋହରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବାନନ୍ଦ ପତି ସଭାପତୀତ୍ଵ କରିଥିବା ବେଳେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ କିଶୋର ଚନ୍ଦ୍ର ମହାପାତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା, ସମ୍ମାନୀତ ଅତିଥି ରୁପେ ଅନନ୍ତକିଶୋର ଭୂୟାଁ, ସୁଧୀର ରଞ୍ଜନ ଷଡ଼ଙ୍ଗୀ, କାର୍ତ୍ତିକ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ମହାନ୍ତି, ଦାଉଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଲଳିତେନ୍ଦୁ ବିଶୋଇ , ସମିତି ସଭ୍ୟ ଆଶିଷ କୁମାର ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶାରଦା ପ୍ରସନ୍ନ ଆଚାର୍ଯ୍ୟ , ଶାନ୍ତନୁ କର, ସିଆସିସି ଚତୁର୍ଭୁଜ ପଣ୍ଡାଙ୍କ ସମେତ ସମସ୍ତ ଛାତ୍ର, ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିବା ବେଳେ ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ସୁଚନାଯୋଗ୍ୟକି ଶ୍ରୀ ସ୍ୱାଇଁଙ୍କ ଅବସର ଗ୍ରହଣର ଠୀକ ଗୋଟିଏ ଦିନ ପୂର୍ବରୁ କଟକ୍ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ବକେୟା ପ୍ରାପ୍ୟ ସହ ଫାଇନାଲ ପେନସନ ଅର୍ଡର ଯୋଗାଇ ଦେଇଛନ୍ତି। ଯାହାକି କେବଳ କଟକ ଜିଲ୍ଲା ନୁହେଁ ଏହା ସମଗ୍ର ରାଜ୍ୟରେ ବିରଳ। ଯାହାକୁ ନେଇ ଶ୍ରି ସ୍ୱାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ଜିଲ୍ଲା କାର୍ଯ୍ୟଳୟର ସମସ୍ତ କର୍ମଚାରିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *