ରାଜ୍ୟ

କଲେଜ ଅଧ୍ୟକ୍ଷଙ୍କ ନକଲି ଦସ୍ତଖତ କରି ଜାଲ ପାସ ପୋର୍ଟ ତିଆରି ଅଭିଯୋଗରେ ଥାନାରେ ମାମଲା

l

ସୁବର୍ଣ୍ଣପୁର,30/9 : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନକଲି ସିଲ ଓ ପତ୍ର ସଂଖ୍ୟା ପକାଇ ଜାଲ ଦସ୍ତଖତ କରି ପାସପୋର୍ଟ ତିଆରି କରିଥିବା ଅଭିଯୋଗ ହେବାରୁ ବିନିକା ଥାନରେ ପୋଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି l ଘଟଣା ରୁ ପ୍ରକାଶ ଯେ , ଉକ୍ତ ଉଚ୍ଚ ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ କାନନ ବିହାରୀ ପଟ୍ଟନାୟକ ନିଜକୁ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଦର୍ଶାଇ ନକଲି ସିଲ , ପତ୍ର ସଂଖ୍ୟା ଓ ଅଧ୍ୟକ୍ଷଙ୍କ ନକଲି ଦସ୍ତଖତ ଦେଇ 2020 ମସିହାରେ ଏକ ପାସପୋର୍ଟ କରିଥିବା ଉକ୍ତ ବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷ ବନ ବିହାରୀ ମିଶ୍ର ଜାଣିବାକୁ ପାଇଥିଲେ l ଏ ନେଇ ପରେ ସେ ବିନିକା ଥାନାରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ l ପୋଲିସ ଥାନା କେସ ନଂ.213/23 ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି l ସୂଚନା ଯୋଗ୍ୟ ଯେ , 2015 ମସିହାରେ କାନନ ବିହାରୀ ପଟ୍ଟନାୟକ ଉକ୍ତ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡିବା ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଯାଇ ବନ ବିହାରୀ ମିଶ୍ରଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଥିଲା l ଏ ବିଷୟରେ ବିନିକା ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀଙ୍କୁ ପଚାରିବାରୁ ଦୁଇ ଜଣଙ୍କ ଦସ୍ତଖତ ଆଣି ଭୁବନେଶ୍ୱର ଦସ୍ତଖତ ମେଚିଙ୍ଗ ବ୍ୟୁରୋକୁ ପଠାଯାଇଛି l ସେଠାରୁ ରିପୋର୍ଟ ଆସିବାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *