ରାଜ୍ୟ

ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ର କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ। ଯୋଗଦେଲେ ଆଇଜିକେସି ହସ୍ପିଟାଲ ର ମୁଖ୍ୟ ପରିଚାଳକ।

ଭୁବନେଶ୍ବର(୩୦/୦୯/୨୩):ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି କ୍ୱାର୍ଟର ଫାଇନାଲ୍ ମ୍ୟାଚ ର ୪ଟି ମ୍ୟାଛ ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ଖେଳା ଯାଇଥିଲା।ଆଜ ମ୍ୟାଚ ଟି ବହୁତ ଗୁରୁତ୍ୱପୂର୍ଣ୍ଣ।ଡିସେମ୍ବର ୧ରୁ ୧୨ ତାରିଖ ଯାଏ ଖେଳାଯିବାକୁ ଥିବା କତର ରେ ବିଶ୍ୱକପ ପାଇଁ ଖେଳିଳି ତାଲିକା କାଲି ଘୋଷଣା ହେବ।ବିସିସିଆଇ ଏନସିଏ କ୍ବାଲିଫାଇଡ କୋଚ ଓ ଇଣ୍ଡିଆନ ଡେଫ କୋଚ ଦେବ ଦତ କାଲି ଏହିଠାରେ ଭାରତୀୟ ଦଳ ଘୋଷଣା କରିବେ।ଆଜି ଏହି ଖେଳରେ ମୁଖ୍ୟ ଅତିଥୀ ଭାବରେ ଆଇଜିକେସି ହସ୍ପିଟାଲ ର ମୁଖ୍ୟ ପରିଚାଳକ ବୃନ୍ଦାବନ ନାହକ ଯୋଗଦେଇ ଖେଳିଳି ମାନଙ୍କୁ ଉତ୍ସାହିତ କରିଥିଲେ।ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ରେ ୬୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ୮ ଓଭର ରେ ତାମିଲନାଡୁ ୨ ଓ୍ବିକେଟ ବିନିମୟରେ ୬୨ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୯୩ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ହରିୟାଣା ୬ ଓ୍ବିକେଟ ବିନିମୟରେ ୭୭ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।୩ୟ ମ୍ୟାଚରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୨ ଓ୍ବିକେଟ ବିନିମୟରେ ୧୦୭ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ମଧ୍ୟପ୍ରଦେଶ ୯ ଓ୍ବିକେଟ ବିନିମୟରେ ୭୯ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।୪ର୍ଥ ମ୍ୟାଚରେ ଜାମ୍ମୁ କାଶ୍ମୀର ପ୍ରଥମେ ବ୍ୟାଟିଂ କରି ୯ ଓ୍ବିଖେଟ ବିନିମୟରେ ୭୦ ରନ ସଂଗ୍ରହ କରିଥିଲେ ଯାହାର ପିଛାକରି କେରଳ ଦଳ ୯ ଓଭର ରେ ୩ ଓ୍ବିକେଟ ହରାଇ ୭୪ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *