ରାଜ୍ୟ

ଆପାର୍ଟମେଣ୍ଟ୍‌ ଭିତରେ ଥିବା ଲିଫ୍ଟ ଭିତରେ ଯୁବତୀଙ୍କୁ ଆକ୍ରମଣ କଲା କୁକୁର

ନୂଆଦିଲ୍ଲୀ: ନୋଏଡ଼ା ହାଉସିଂ ସୋସାଇଟିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଆପାର୍ଟମେଣ୍ଟ୍‌ ଭିତରେ ଥିବା ଲିଫ୍ଟ ଭିତରେ ଜଣେ ଯୁବତୀଙ୍କୁ କୁକୁର କାମୁଡ଼ି ଦେଇଥିବ‌ା ଜାଣିବାକୁ ମିଳିଛି।ଲିଫ୍ଟ ଭିତରେ ଯୁବତୀ ଜଣକ ପଶିବା ବେଳକୁ ପୂର୍ବରୁ କୁକରଟି ତା’ ଭିତରେ ଥିଲା। କୁକୁରଟି ଯୁବତୀଙ୍କୁ ଆକ୍ରମଣ କରିବାରୁ ଯୁବତୀ ଜଣକ ପାଟି କରିବାକୁ ଲାଗିଲେ। କୁକୁର କାମୁଡ଼ି ଦେଇଥିବାରୁ ଯୁବତୀ ଜଣକ ନିଜ ହାତକୁ ଆଉଁସି ଆଉଁସି କିଛି ବାଟ ଆକକୁ ପଳାଇଲେ। ତା’ପରେ ଲିପ୍ଟ ଖୋଲିବାରୁ ଜଣେ ବ୍ୟକ୍ତି ଆସି କୁକୁରଟିକୁ ଧରି ବାହାରକୁ ନେଇ ଯାଇଥିଲେ। ଏହି ସମୟର ଦୃଶ୍ୟ ସିସିଟିଭି ଫୁଟେଜ୍‌‌ରେ କଏଦ ହୋଇଛି।

ଏପର୍ଯ୍ୟନ୍ତ ସମାଜ ଏବଂ ପୁଲିସର  ଏନେଇ କୌଣସି ବିବୃତ୍ତି ରେକର୍ଡ ହୋଇନାହିଁ। କୁକୁର ଆକ୍ରମଣ ଦିନକୁ ଦିନ ବଢୁଥିବା ବେ‌ଳେ ଏଭଳି ଲିପ୍ଟ ମଧ୍ୟରେ କୁକୁର ଆକ୍ରମଣ ଏକ ବିରଳ ଘଟଣା।

ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ଜଣାପଡ଼ିଛି ଯେ ଏହି ଘଟଣା ନୋଏଡାର ସେକ୍ଟର ୧୦୭ର ଲୋଟସ୍ ୩୦୦ ସୋସାଇଟିର। କୁକୁର ଆକ୍ରମଣର ଶିକାର ହୋଇଥିବା ଯୁବତୀ ଜଣକ ନିଜ ଟି-ସାର୍ଟରେ ଲୁହ ପୋଛୁଥିବାର ଦେଖିବାକୁ ମିଳିଛି।

ଏପ୍ରିଲରେ, ଜର୍ମାନ ଶେଖର ଗାଜିଆବାଦର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଭିତରେ ସାଇକେଲ ଚଳାଉଥିବା ବେଳେ ଜଣେ ୬ ବର୍ଷର ବାଳିକାକୁ କୁକୁର ଆକ୍ରମଣ କରିଥିଲା। ମାର୍ଚ ମାସରେ କେନ୍ଦ୍ର ରାଜ୍ୟମାନଙ୍କୁ ପିଟବୁଲ୍ ଟେରିଅର୍, ଆମେରିକୀୟ ବୁଲଡଗ୍, ରୋଟୱିଲର୍ ଏବଂ ମାଷ୍ଟିଫ୍ ସମେତ ୨୩ ପ୍ରଜାତିର ଭୟଙ୍କର କୁକୁର ବିକ୍ରୟ ତଥା ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ।

Leave a Reply

Your email address will not be published. Required fields are marked *