ରାଜ୍ୟ

ଫୁଲବାଣୀ ପୌରପରିଷଦ ର ଉନ୍ନତି ଓ ବିକାଶରେ ଚାଲିଛି ଦୁର୍ନିତି ର ଗନ୍ତାଘର ଏଠି ବିକାଶ ଓ ଉନ୍ନତି ନାଁ ରେ ଲୁଟ ଅଭିଯୋଗ

କନ୍ଧମାଳ ଜିଲ୍ଲା ର ମୁଖ୍ୟ ସହର ଟି ଫୁଲବାଣୀ ପୌରପରିଷଦ ଅଞ୍ଚଳ ଭାବରେ ଜଣାଶୁଣା।ଏହି ପୌରପରିଷଦ ର ମନମୁଖୀ ଶାସନ ଓ କିଛି ଲାଭ ଖୋର ବ୍ୟକ୍ତି, ନିର୍ବାଚିତ ହୋଇଥିବା କିଛି ପ୍ରତିନିଧି ଙ୍କ ଫଳରେ ଆଜି ସୁଦ୍ଧା ସହରର ବିକାଶ ଓ ଉନ୍ନତି ଠିକ୍ ଭାବରେ ହୋଇପାରିଲାନାହିଁ କିନ୍ତୁ ଓଡିଶା ସରକାର ଓ କେନ୍ଦ୍ର ସରକାର ଙ୍କ ସହାରାଞ୍ଚଲ ର ବିକାଶ ଓ ଉନ୍ନତି ପାଇଁ ଆସୁଥିବା କୋଟି କୋଟି ଟଂକାଙ୍କୁ ଠିକ ଭାବରେ ବ୍ୟବହାର ନ କରି ନିଜର ବିକାଶ, ଉନ୍ନତି କରାଯାଉଛି ତେଣୁ ସହାରାଞ୍ଚଳ ରେ ନାହିଁ ନଥିବା ଅବସ୍ଥା ଆଲୋକ ବ୍ୟବସ୍ଥା ର ଅବ୍ୟବସ୍ଥା ,ଲାଇଟ ଖୁଣ୍ଟ ଗୁଡିକ ର ଯତ୍ନ ନିଆଯାଉନାହିଁ ତେଣୁ ବିଭିନ୍ନ ସ୍ଥାନରେ ଭାଙ୍ଗି ପଡିଛି।ବର୍ତ୍ତମାନ ସୁଧା ବିପଦ ସଂକୁଳିତ ଅବସ୍ଥାରେ ପଡିରହିଛନ୍ତି ସହର ରେ ଥିବା ଅଧିକାଂଶ ସ୍ଥାନ ରେ ବିଦ୍ୟୁତ ଖୁଣ୍ଟ ଗୁଡିକର ଲାଇଟ ଗୁଡିକ ଫିଉଜ୍ ହୋଇଗଲାଣି ହେଲେବି ପୌରପରିଷଦ କୁ ଦେଖାଯାଉ ନାହିଁ ଜିଲ୍ଲା ପାଳ କୌଣସି ଦୃଢ଼ ପଦକ୍ଷେପ ନେଉନାହାନ୍ତି ଜନସାଧାରଣ ମାନେ ନାହିଁ ନଥିବାର ଶିକାର ହେଉଛନ୍ତି।ତେଣୁ ଫୁଲବାଣୀ ପୌରପରିଷଦର ଅଧିକାରୀ ଓ ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରତିନିଧି ଙ୍କ ମନମୁଖୀ କହିଲେ ନ ସରେ।।ଯାହାରି ଫଳରେ ଅଧିକାଂଶ ଲାଇଟ ଦୀର୍ଘ ଦିନ ହେଲା ଜଳୁନାହିଁ ଓ ଲାଇଟ ଖୁଣ୍ଟ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାର ଯତ୍ନ ନିଆଯାଉନାହିଁ। ଏହା ଦୀର୍ଘ ଦିନ ହେଲାଣି ସହର ଅନ୍ଧାର ହୋଇପଡିଛି।ଏହା ସହିତ ସବୁଠାରୁ ବଡ଼ ଦୃନୀତି ହେଉଛି ତ୍ରିରଙ୍ଗା ଆଲୋକ ଲାଇଟ। ସହର କୁ ସରସ ସୁନ୍ଦର କରିବା ପାଇଅଁ କେନ୍ଦ୍ର ଓ ଓଡିଶା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତ୍ରିରଙ୍ଗା ଲାଇଟ ସଡକ ର ବତୀ ଖୁଣ୍ଟ ମାନଙ୍କରେ ଲଗାଇଥିଲେ।କିନ୍ତୁ ୧୫ ଦିନ ନ ହେଉଣୁ ସମସ୍ତ ତ୍ରିରଙ୍ଗା ଲାଇଟ ଗୁଡିକ କେଉଁ ଆଡେ ଉଭାନ ହୋଇ ଗଲା କିନ୍ତୁ ପନ୍ଦର ଲକ୍ଷ ଟଙ୍କାର ବିଲ କରି ଠିକାଦାର ନେଇଗଲେଣି ।ଜିଲ୍ଲା ପାଳ ଆଶିଷ ଇଶ୍ୱର ପାଟିଲ ଓ 5 ଟି,ଭିଜିଲାନ୍ସ ଏହାର ତଦନ୍ତ କରି ଯେଉଁମାନେ ଏହାର ଦୁନିତି କରିଛନ୍ତି ସେହିମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ହେଉଛି।ତେଣୁ ଲକ୍ଷ ଲକ୍ଷ ଟଙ୍କାର ତ୍ରିରଙ୍ଗା ଲାଇଟ,ଲାଇଟ ଖତ ହେବାକୁ ବସିଲାଣି।ପୌରପରିଷଦର ଚାରିପଟେ ଗଛ ଲଗାଯାଇନାହିଁ କି ଯେତିକି ଗଛ ରହିଛି ତାର ଯତ୍ନ ଠିକ ଭାବରେ ନେଇ ନାହାଁନ୍ତି।ଏହାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଚାଲିଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓ ଭିଜିଲାନ୍ସ ଫୁଲବାଣୀ ପୌରପରିସଦ ର ଦୁର୍ନିତି ପ୍ରତିଦ୍ରୁଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେଲେ ଫୁଲବାଣୀ ସରସ ସୁନ୍ଦର ହୋଇପାରିବ। ଏଠି ବିଜେଡି କହୁଛି ଆମ ସରକାର ଆମେ ବଡ ଓ ବିଜେପି କହୁଛି ଆମେ ବଡ ଏଠି ମୁଁ ବଡ କହି ସହର ବାସିନ୍ଦା ହଇରାଣ ହେଉଛନ୍ତି ଯେଉଁ ରାସ୍ତାର ମଜିରେ ଗଛ ଲଗାଯାଇଛି କିଛି ଗଛ ଅଛି ଆଉ ସବୁ କାଗଜ କଲମ ରେ ଚାଲିଛି ଏ ବାବଦ ରେ ଆମ ପ୍ରତିନିଧି ଏକ ଆରଟିଆଇ ରେ କିଛି ତଥ୍ଯ ମାଗିଥିଲେ ହେଲେ ତାହା ସେମିତି ରହିଗଲା ଏଠି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ ଓ ଫୁଲବାଣୀ ଭିଜିଲାନ୍ସ ଏହାକୁ ତୁରନ୍ତ ହସ୍ତକ୍ଷେପ କଲେ ସବୁର ତଥ୍ଯ ମିଳି ପାରିବ ବୋଲି କିଛି ବୃଦ୍ଧି ଜୀବି ଓ କିଛି ଆଇନଜୀବୀ ଏବଂ ସନସାଧରଣ ଜନତା କହିଛନ୍ତି ଏବେ ଦେଖିବାର କଥା ଆଗକୁ କଣ ପଦକ୍ଷେପ ନିଆଯାଉଛି

Leave a Reply

Your email address will not be published. Required fields are marked *