ରାଜ୍ୟ

ବାର୍ଷିକ କ୍ରୀଡା ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇଥାଏ

କଣିହାଁ(ନିପ୍ର)କଣିହାଁ ସ୍ଥିତ ଟୋଲକବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା I ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଅତିଥିଭାବେ ଗ୍ରାମ ସଭାପତି ଦୁଶାସନ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରମଣିି ସାହୁ,ସାମାଜିକ କର୍ମି ସୁଶିଲ ନାଏକ,ୱାର୍ଡ ମେମ୍ବର ଅରୁଣ ନାଏକ,ଆଶାକର୍ମି ଜୟନ୍ତି ସାହୁ,କମିଟି ସଦଶ୍ୟ ଶିବରାମ ନାଏକ ପ୍ରମୁଖ ଯୋଗଦାନ ଦେଇ ଉତ୍ତମ ପାଠପଢାରେ ବାର୍ଷିକ ଉତ୍ସବ ଛାତ୍ରୀ ଛାତ୍ରୀ ଙ୍କ ମନବଳ ଦୃଢ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ Iବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ୫୪ ଜଣ ଛାତ୍ରୀ ଛାତ୍ରୀଙ୍କୁ ପୁରଷ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା I ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ,ସୁଫଳା ସାହୁ, ରଶ୍ମିବାଳା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *