ରାଜ୍ୟ

ବହୁଭାଷୀ କବିତା ଆସର ମାଧ୍ଯମ ରେ ରବୀନ୍ଦ୍ର ଜୟନ୍ତୀ ପାଳିତ

କଲିକତା (୮/୮):ରବୀନ୍ଦ୍ର ଜୟନ୍ତୀ ଉପଲକ୍ଷ୍ଯେ ପୂର୍ବ ମେଦିନୀପୁରରୁ ପ୍ରକାଶିତ ଶ୍ରେୟଶୀ ସାହିତ୍ୟ ପରିବାରର ଉଦ୍ୟମରେ ଏକ ସ୍ବତନ୍ତ୍ର ଆଲୋଚନା ,ପୁସ୍ତକ ଉନ୍ମୋଚନ ଏବଂ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ରବିନ୍ଦ୍ର ଜୟନ୍ତୀ । ଏହି ଆସରରେ ଓଡ଼ିଆ, ବଙ୍ଗଳା, ହୀନ୍ଦୀ ସମ୍ବଲପୁରୀ ଏବଂ ଇଂରାଜୀ ଭାଷାରେ ଲିଖିତ ସ୍ବରଚିତ କବିତାମାନ ପାଠ କରାଯାଇଥିଲା । ଆମେରିକାରୁ ଅନ ଲାଇନରେ ଯୋଡ଼ି ହୋଇ ଚିକିତ୍ସା ବିଗ୍ୟାନର ତନ୍ଦ୍ରା ମିଶ୍ର ବିଭିନ୍ନ ବିଷୟରେ ଆଲୋକପାତ କରିବା ସହ ସ୍ଵରଚିତ କବିତା ପାଠ କରିଥିଲେ । ଏହି ଆସରରେ ଓଡ଼ିଶାରୁ ଅଂଶ ଗ୍ରହଣ କରି ଶୋଭା ବର୍ଦ୍ଧନ କରିଥିଲେ ବର୍ଷୀୟାନ ଲେଖକ କବି ବିଜୟ କୁମାର ମୁଦୁଲି , କବି ଓ ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ଼ ଏଵଂ ପ୍ରଣତି ଆଚାର୍ଯ୍ୟ । ରବିନ୍ଦ୍ର ନାଥଙ୍କ କବିତାର ସମ୍ବଲପୁରୀ ଭାଷାର ଅନୁବାଦ ପାଠ କରି ଅଧ୍ୟାପକ ଫିରୋଜ କୁମାର ପଟେଲ ସଭିଙ୍କ ମନ ଜୟ କରି ଥିଲେ । ଗୁଜରାଟ ରୁ କବିତା ପାଠ ଓ ସଙ୍ଗୀତ ପରିବେଷଣ କରି ଥିଲେ ଇନ୍ଦ୍ରାଣୀ ନାଗ । ଏଇ କାର୍ଯ୍ୟକ୍ରମରେ ସାମିଲ ହୋଇ ରବୀନ୍ଦ୍ର ଜୟନ୍ତୀର ତାତ୍ପର୍ଯ୍ୟ ନେଇ ଆଲୋଚନା କରିଥିଲେ ଡ ଦୀପକ କୁମାର ବଡ଼ ପଣ୍ଡା ଏବଂ ପଦ୍ମ ଲୋଚୋନ କରନ । ହିନ୍ଦୀ ଭାଷାରେ ଲିଖିତ ନିଜ ରବିନ୍ଦ୍ର ଚେତନା ମୂଳକ ପ୍ରବନ୍ଧ ନେଇ ଆଲୋଚନା କରିଥିଲେ ଡ ରାନୁ ମୁଖାର୍ଜୀ । ସଂସ୍କୃତ କବିତା ପାଠ କରିଥିଲେ ସବଂ କଲେଜର ଅଧ୍ୟାପକ ଡ଼ ଗଗନ ଚନ୍ଦ୍ର ଦେ , ରବୀନ୍ଦ୍ର କବିତାର ଆବୃତ୍ତି କରିଥିଲେ ରାମନଗର କଲେଜର ଅତିଥି ଅଧ୍ୟାପକ ଗୋବିନ୍ଦ ପାତ୍ର । ଇଂରାଜୀ ଭାଷାରେ କବିତା ପାଠ କରିଥିବା ପୁରୀର ସ୍କୁଲ ଛାତ୍ରୀ ଶ୍ରେୟା ଶେଫାଳି ଆଗାମୀ ଦିନ ପାଇଁ ଉପସ୍ଥିତ ସାହିତ୍ୟ ଅନୁରାଗୀମାନଂକ ଶୁଭ କାମନା ଓ ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଙ୍ଗଳାରେ କବିତା ପାଠ କରି ଥିଲେ ,ସୁଶାନ୍ତ୍ ସାହୁ , ପୁତୁଲ୍ ମାଇତି , ସମେତ ଅନେକ ସାହିତ୍ୟ ଅନୁରାଗି । ପତ୍ରିକାର ସଂପାଦକ ବରୁଣ କୁମାର ଦାସ ,ବିଭିନ୍ନ ପ୍ରାନ୍ତରୁ ଆସରରେ ଅଂଶଗ୍ରହଣ କରିଥିବା ସମସ୍ତ ସାହିତ୍ୟାନୁରାଗୀ ତଥା ଭାଷା ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କନାଇ ସାହୁଙ୍କ ସୁମଧୁର ରବିନ୍ଦ୍ର ସଙ୍ଗୀତ ସହ ଅନୁଷ୍ଠାନର ସମାପ୍ତି ଘଟିଥିଲା ।

Leave a Reply

Your email address will not be published. Required fields are marked *