ରାଜ୍ୟ

ଏସଡିସି ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ମିଡ଼ିଆ କ୍ରିକେଟ ଟିମ ଚୟନ

ରାୟଗଡା / ୩୦/୧୧: ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଡ଼ିସେମ୍ବର ୧ ରୁ ୩ ତାରିଖ ଯାଏଁ ସ୍ଥାନୀୟ ଜିସିଡ଼ି ହାଇସ୍କୁଲ ପଡିଆ ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ | ଆଜି ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କୁ ନେଇ କ୍ରିକେଟ ଓ ଭଲିବଲ ଖେଳ ପାଇଁ ଦଳ ଚୟନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଜିସିଡି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁନିଲ କୁମାର ମହାନ୍ତ, ବସନ୍ତ ମହାନ୍ତ, ଚିନ୍ମୟ ପୁରହିତ ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ଟିମ ପାଇଁ ଖେଳାଳି ଚୟନ କରିଥିଲେ | ଏଥିରେ ଟିମ କ୍ୟାପଟେନ ଭାବେ ସନ୍ତୋଷ କୁମାର ଦଳେଇଙ୍କୁ ମନୋନୀତ କରାଯାଇଥିବା ବେଳେ ଶିବ ନାରାୟଣ ଗୌଡ଼, ନିରଞ୍ଜନ ପାଳ, ଗଜ ମୋହନ ଗରଡ଼ିଆ, ପ୍ରସାନ୍ତ ପାଳ, ଆଲୋକ ମହାରଣା, ଗୋପୀନାଥ ଗୌଡ଼, ସନ୍ତୋଷ ପାଣିଗ୍ରାହି. ସ୍ମୃତି ରଂଜନ ମହାନ୍ତି,ରଂଜନ ସ୍ବାଇଁ. , ସନ୍ତୋଷ ପାଣି,ଉଦୟ କିରଣ, ଦୁର୍ଗା ପ୍ରସାଦ ପାଢ଼ୀ, ନରେଶ କୁମାର, ଦୀପକ ପୃଷ୍ଟି, ହରି ନାରାୟଣ ଦାଶ ଟିମରେ ଚୟନ ହୋଇଛନ୍ତି | ସାମ୍ବାଦିକଙ୍କୁ ନେଇ ଚୟନ ହୋଇଥିବା ମିଡ଼ିଆ କ୍ରିକେଟ ଟିମ ଆସନ୍ତା ୨ ତାରିଖ ଦିନ ରାମନାଗୁଡ଼ା ବ୍ଲକର ଟିମ ସହ ମ୍ୟାଚ ଖେଳିବେ ବୋଲି ଜଣାପଡିଛି | ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୬ଟି ଟିମ ଭାଗ ନେଇଥିବା ବେଳେ ୫ ଓଭର ଲେଖାଏଁ ମ୍ୟାଚ ଖେଳାଯିବ |

Leave a Reply

Your email address will not be published. Required fields are marked *