ରାଜ୍ୟ

ସିଣ୍ଢୋଳ କଲେଜ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା ୩୦/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜି ନବାଗତ ଛାତ୍ରଛାତ୍ରୀମାନଙ୍କୁ +3 ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ଦ୍ଵାରା ସ୍ୱାଗତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ପବିତ୍ର ବାରିକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ତରଭା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶତୃଘ୍ନ ପୃଷ୍ଟି,+3 ପରିଚାଳନା ପରିଷଦ ସଭାପତି ଶିବଚରଣ ସାହୁ,କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ,+2 ର ଅଧ୍ୟକ୍ଷ ଗିରିଶ ଦାସ,+2 ପରିଚାଳନା ସମ୍ପାଦକ ହୃଦାନନ୍ଦ ମେହେର ଓ ସମ୍ମାନିତ ଅତିଥି ଭାବରେ ସୁଦାମ ମେହେର,ଗଜପତିଦେହୁରୀ,କଲେଜ ସାଂସ୍କୃତିକ ସଂଘ ଉପସଭାପତି ଆଲୋକ କୁମାର ଶର୍ମା ଆଦି ମଞ୍ଚାସୀନ ହୋଇଥିଲେ। ସମସ୍ତ ଅତିଥି ଗଣ ଶିକ୍ଷା ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ମତବ୍ୟକ୍ତ କରିଥିଲେ।ଇତିହାସ ବିଭାଗ ର ଅଧ୍ୟାପକ ଶରତ ଗୁରୁ ମଞ୍ଚ ପରିଚାଳନା କରିଥିବା ବେଳେ +2ଓଡିଆ ଅଧ୍ୟାପକ ଦିଲ୍ଲିପ ଦଲେଇ ସହଯୋଗ କରିଥିଲେ।ସଭା ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ସାଂସ୍କୃତିକ ସଂଘର ସଭାପତି ଅଧ୍ୟାପିକା ରାଜଲକ୍ଷ୍ମୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

Leave a Reply

Your email address will not be published. Required fields are marked *