ରାଜ୍ୟ

କନ୍ଧମାଳ ରେ କୁହୁଡ଼ି ସହ ହାଲକା ଥଣ୍ଡା

ଫୁଲବାଣୀ
ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ରେ ହାଲକା ଥଣ୍ଡା ସହ କୁହୁଡ଼ି ଦେଖିବାକୁ ମିଳିଛି l ସକାଳୁ ସକାଳୁ ଫୁଲବାଣୀ ସହର କୁହୁଡ଼ି ଦେଖିବାକୁ ମିଳିଛି l ସକାଳ 7 ଟା ହେଲେ ସୂର୍ଯ୍ୟ କିରଣ ଦେଖିବାକୁ ମିଳିଛି l ଗତ ବର୍ଷ ନଭେମ୍ବର୍ ରେ ଏହି ହାଲକା ଶୀତ ସହ କୁହୁଡ଼ି ଦେଖିବାକୁ ମିଳିଥିଲା କିନ୍ତୁ ଚଳିତ ବର୍ଷ ଆଗୁଆ ଶୀତ ଆସିଛି l ଫୁଲବାଣୀ ସହର ସକାଳୁ କୁହୁଡ଼ି ର ସଫେଦ ଚାଦର ରେ ଢାଙ୍କି ହୋଇ ରହୁଛି l ସ୍ତାନୀୟ ଲୋକେ ମର୍ଣ୍ଣିଂ ୱର୍କ କରିବା ସହ ବ୍ୟାୟାମ ମଧ୍ୟ କରୁଛନ୍ତି l ଫୁଲବାଣୀ ର ବିବିନ୍ନ ପଡ଼ିଆରେ ଲୋକଙ୍କ ଭିଡ଼ ସହ ଚା ଖଟିରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି l ଫୁଲବାଣୀ ସହରରେ ତାପମାତ୍ରା କମିବାକୁ ଲାଗିଛି ଗତକାଲି ଫୁଲବାଣୀ ରେ 17 ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି 16.5 ତାପମାତ୍ରା ରହିଚି l ସେଇ ଭଳି ଦାରିଙ୍ଗବାଡ଼ି ରେ 15 ଡିଗ୍ରୀ ତାପମାତ୍ରା ରହିଛି l ଚଳିତ ବର୍ଷ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ରହିଛି l ହାଲକା ଥଣ୍ଡା ଓ କୁହୁଡ଼ି ର ମଜା ନେଉଛନ୍ତି ସହର ବାସୀ l

Leave a Reply

Your email address will not be published. Required fields are marked *