ରାଜ୍ୟ

ବିଜେପିରେ ଯୋଗ ଦେଲେ ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ରହିଛି। ରୁପାଲିଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଅମୟ ଅନେକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।ସୂଚନା ମୁତାବକ, ରୂପାଲି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଥିଲେ। ବିଜେପିରେ ସାମିଲ ହୋଇ ଅଭିନେତ୍ରୀ କହିଥିଲେ ଯେ, ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍। ମୁଁ ଆପଣଙ୍କ ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ କରେ। ମୁଁ ଯାହା ବି କରିବି ତାହା ଠିକ୍ ଏବଂ ଭଲ ହେବା ଉଚିତ୍।

Leave a Reply

Your email address will not be published. Required fields are marked *