ରାଜ୍ୟ

ଭାରତରେ  କରୋନାର କେପି-୧,କେପି-୨ ଭାରିଆଣ୍ଟ୍

ନୂଆଦିଲ୍ଲୀ: ସିଙ୍ଗାପୁରରେ କରୋନାର ନୂଆ ଲହରକୁ ନେଇ ସାରା ବିଶ୍ୱ ଚିନ୍ତିତ। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଥିବା କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ମାମଲା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଭାରତରେ କରୋନା ମାମଲା ଉପରେ ନଜର ରଖୁଥିବା ଭାରତୀୟ ସାର୍ସକୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଇନସାକଗ୍)ର ତଥ୍ୟରେ ଏହା ପ୍ରକାଶ ପାଇଛି । ତଥ୍ୟ ଅନୁଯାୟୀ, ଭାରତରେ କରୋନା ଭାରିଆଣ୍ଟ କେପି-୧ର ୩୪ଟି ଏବଂ କେପି-୨ର ୨୯୦ଟି ମାମଲା ପଞ୍ଜିକରଣ ହୋଇଛି।

ଦେଶର ସାତଟି ରାଜ୍ୟରେ କେପି-୧ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୨୩ଟି ମାମଲା ଦେଖିବାକୁ ମିଳିଛି । ସେହିପରି ଗୋଆରେ ୧, ଗୁଜୁରାଟରେ ୨, ହରିୟାଣାରେ ୧, ମହାରାଷ୍ଟ୍ରରେ ୪, ରାଜସ୍ଥାନରେ ୨ , ଉତ୍ତରାଖଣ୍ଡରେ ଜଣେ କେପି-୧ ସଂକ୍ରମିତ ରୋଗୀଙ୍କୁ ଦେଖିବାକୁ ମିଳିଛି। ଦେଶରେ କେପି-୨ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୯୦ ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪୮ ଆକ୍ରାନ୍ତ ଅଛନ୍ତି। ସେହିପରି ଦିଲ୍ଲୀରେ ଜଣେ, ଗୋଆରେ ୧୨, ଗୁଜୁରାଟରେ ୨୩, ହରିୟାଣାରେ ୩, କର୍ଣ୍ଣାଟକରେ ୪, ମଧ୍ୟପ୍ରଦେଶରେ ଜଣେ, ଓଡିଶାରେ ୧୭, ରାଜସ୍ଥାନରେ ୨୧, ଉତ୍ତରପ୍ରଦେଶ ୮, ଉତ୍ତରାଖଣ୍ଡରେ ୧୬ ଏବଂ ପଶ୍ଚିମବଙ୍ଗରେ ୩୬ ଜଣ ପଶ୍ଚିମବଙ୍ଗରେ ରୋଗୀ ଚିହ୍ନଟ ହୋଇଛନ୍ତି।

ରୋଗୀମାନଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଏ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଜଡିତ ସୂତ୍ର ଅନୁଯାୟୀ, କେପି-୧ ଏବଂ କେପି-୨ କରୋନାର ଜେଏନ-୧ ଭାରିଆଣ୍ଟର ସବ୍-ଭାରିଆଣ୍ଟ। ତଥାପି, ଏହି ପ୍ରକାରରେ ସଂକ୍ରମିତ ରୋଗୀମାନେ ଏପର୍ଯ୍ୟନ୍ତ ରୋଗର ଗମ୍ଭୀର ଲକ୍ଷଣ ଦେଖାଯାଇ ନାହିଁ। ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା 

Leave a Reply

Your email address will not be published. Required fields are marked *