ରାଜ୍ୟ

କନ୍ଧମାଳ: ଫୁଲବାଣୀ ବିଶିପଡ଼ା‌ ଲଙ୍କାପୋଡ଼ି ଯାତ୍ରା ସମୟରେ ଛାତ୍ର ଛାତ୍ରୀଙ୍କ ପଣା ବଣ୍ଟନ କାର୍ଯ୍ୟକ୍ରମ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଶିପଡ଼ା ଗ୍ରାମରେ ଆଜି ଲଙ୍କାପୋଡ ଯାତ୍ରା ଅନୁଷ୍ଠିତ ହୋଇଛି। ଉକ୍ତ ଯାତ୍ରା ଦିର୍ଘ ପନ୍ଦର ଦିନ ହେବ ଚାଲିଥିବା ବେଳେ ଆଜିର ଶେଷ ଯାତ୍ରା ଲଙ୍କାପୋଡ଼ି ଯାତ୍ରା ପୂର୍ବ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଯାତ୍ରା ଦେଖିବା ପାଇଁ ବିଶିପଡ଼ା ଅଞ୍ଚଳର ଗାଁ ଗହଳିର ହଜାର ହଜାର ଜନ ସାଧାରଣ ବୈଶାଖ ମାସର ଟାଣ ଖରାକୁ ଖାତିରି ନକରି ଲଙ୍କାପୋଡ଼ି ଯାତ୍ରା ଦେଖିବା ପାଇଁ ବିଶିପଡ଼ା ଯାତ୍ରା ପଡ଼ିଆରେ ଜମା ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସମୟରେ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ତତ୍ବାବଧାନରେ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ମହାନ୍ତି, ଅଭିମନ୍ୟୁ ସ୍ବାୟୀ, ସଞ୍ଜୟ କୁମାର ବେହେରା, ଚପରାଶ,ପ୍ରମୋଦ କୁମାର କହଁର, ଛାତ୍ରଛାତ୍ରୀ, ଅଙ୍କିତ,ଦିପୁ,ସ୍ନେହାସିନୀ, ସାବିତ୍ରୀ, ସ୍ମୁତିରେଖା , ଜୟନ୍ତୀ, ପ୍ରିୟତମା, ଭାଗ୍ୟବତୀ, ସୋନାଲି, ଏବଂ ଶ୍ରୀଦେବୀ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଲଙ୍କାପୋଡ଼ି ଯାତ୍ରା ଦେଖିବା ପାଇଁ ଆସୁଥିବା ହଜାର ହଜାର ଭକ୍ତ ଏବଂ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ପଣା ତଥା ତଥା ଲେମ୍ବୁପାଣି,ଦହିପଣା,କ୍ବାସପଣା, ଆଦି ବଣ୍ଟନ କରି ଜନ ସାଧାରଣଙ୍କ ତୃଷ୍ଣା ମେଣ୍ଟାଉ ଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *