ରାଜ୍ୟ

ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ଉଲୁଣ୍ଡା ୧୭/୧୦ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଗଠନ ତରଫରୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ସହିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଅଛି l ଖବର ଅନୁସାରେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ଦଶ ହଜାର ଆଦିବାସୀ ପରିବାର ବିଭିନ୍ନ ପ୍ରକାର ଅସ୍ତ୍ର ଶସ୍ତ୍ର ସହିତ ସୁସଜ୍ଜିତ ଭାବରେ ଜିଲ୍ଲା ବ୍ୟାପୀ ବିଶାଳ ଶୋଭାଯାତ୍ରା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଠାରେ ଏକ ଦାବିପତ୍ର ଦିଆଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଘର ସଭାପତି ଯୋଗିନ୍ଦ୍ର ଭୋଇଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ଜନସାଧାରଣ ଆନ୍ଦୋଳନ ରେ ଯୋଗ ଦେଇଥିଲେ ।ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *