ଦେଶ- ବିଦେଶ

ବାଘ ଆକ୍ରମଣରେ ଆହତ ହେଲେ ପୂର୍ବତନ କ୍ରିକେଟର, ପୋଷା କୁକୁର ବଞ୍ଚାଇଲା ଜୀବନ

ହାରାରେ : ଜିମ୍ବାୱେର ପୂର୍ବତନ କ୍ରିକେଟର ଗୟ ହ୍ୱିଟଲ ଏକ ଚିତାବାଘ ଆକ୍ରମଣରେ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ହ୍ୱିଟଲ ଗୁରୁତର ଆହତ ହୋଇଛନ୍ତି । ତେବେ କୌଣସି ପ୍ରକାରେ କାଉ ହ୍ୱିଟଲଙ୍କ ଜୀବନ ବଞ୍ଚି ଯାଇଛି। ହ୍ୱିଟଲଙ୍କ ପତ୍ନୀ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜର ପୋଷା କୁକୁର ସାହାଯ୍ୟରେ କୌଣସି ପ୍ରକାରେ ହ୍ୱିଟଲ ତାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।ମିଳିଥିବା ସୂଚନା ଅନୁଯାୟୀ, ସେ ଟ୍ରେକିଂ ରେ ଥିବାବେଳେ ଚିତାବାଘଟି ଆକ୍ରମଣ କରିଥିଲା। ଏହା ପରେ ସେ ଗୁରୁତର ଆହତ ହୋଇଯାଇଥିଲେ । ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ହ୍ୱିଟଲଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ଏହା ପୂର୍ବରୁ ୨୦୧୩ ମସିହା ସେପ୍ଟେମ୍ବର ମାସରେ ହ୍ୱିଟଲଙ୍କ ଶଯ୍ୟା ତଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ଆସିଯାଇଥିଲା, ଯେଉଁଥିରେ କୁମ୍ଭୀରଟି ସାରା ରାତି ଶୋଇଥିଲା। ତେବେ ଏବେ ଚିତାବାଘ ଆକ୍ରମଣ ପରେ ସେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି ।

ପୂର୍ବତନ ଅଲରାଉଣ୍ଡରଙ୍କୁ ହେଲିକପ୍ଟର ଯୋଗେ ହାରାରେ ନିଆଯାଇଥିଲା, ଯେଉଁଠାରେ ତାଙ୍କର  ଅସ୍ତ୍ରୋପଚାର କରାଯିବ।

Leave a Reply

Your email address will not be published. Required fields are marked *