ରାଜ୍ୟ

ଏଥର ବିଜେଡିକୁ କଡ଼ା ଟକ୍କର ଦେବା ସହିତ ପିତା ପୁତ୍ରଙ୍କୁ ପାଣି ପେଇବେ ସ୍ଵାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ।ଶାରଦାଙ୍କ ପ୍ରତି ମାହାଙ୍ଗାବାସୀଙ୍କ ସମର୍ଥନ ହୁ ହୁ ହେଇ ବଢିବାରେ ଲାଗିଛି।

ମାହାଙ୍ଗା:୦୪/୦୫(ନିପ୍ର),
ପରିବାରବାଦ ଶାସନକୁ ହଟାଇ ଏକ ସ୍ବାଭିମାନୀ ବିକଶିତ ମାହାଙ୍ଗା ଗଠନରେ ସହଯୋଗ କରିବାକୁ ଆହ୍ବାନ। ଚଳିତ ୨୦୨୪ ସାଧାରଣ ନିର୍ବାଚନ ମାହାଙ୍ଗା ନିର୍ବାଚନ ମଣ୍ଡଳୀବାସୀଙ୍କ ପାଇଁ ଏକ ନିର୍ଣାୟକ ଭୂମିକା ଗ୍ରହଣ କରିବ। ଯାହାପାଇଁ ଏବେ ଠାରୁ ମାହାଙ୍ଗାରେ ନିର୍ବାଚନୀ ପ୍ରଚାର ଯୋରଦାର ହେବାକୁ ବସିଲାଣି। ନାନା ମୁଖରେ ନାନା କଥା ଶୁଣିବାକୁ ମିଳୁଛି । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାହାଙ୍ଗା ମାଟିର ସ୍ୱାଭିମାନୀ ଯୁବନେତା ଶାରଦା ପ୍ରଧାନ(ବୁଲୁ) ନିଜର ନିଷ୍ପତିକୁ ଏକ ବିରାଟ ସାମ୍ବାଦିକ ସମ୍ମିଳନୀ ଏବଂ ୫ହଜାରରୁ ଅଧିକ ମାହାଙ୍ଗା ବାସୀଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି । ଶୁକ୍ରବାର ରାତ୍ରରେ ଯୁବନେତା ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ମାହାଙ୍ଗା ବ୍ଳକ ପୋଡ଼ାମରାଇ ଠାରେ ଆୟୋଜନ କରିଥିଲେ । ସୂଚନା ଥାଉକି ଶ୍ରୀ ପ୍ରଧାନ ଦିର୍ଘ ୨୬ବର୍ଷ ଧରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ବିଭିନ୍ନ ସୁଖ ଦୁଃଖରେ ସାହାୟ ହୋଇ ସେବାମୂଳକ କାର୍ଯ୍ୟ କରିବା ସହିତ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଆସିଛନ୍ତି । ସେଥିପାଇଁ ୨୦୧୪ମସିହାରେ ଶ୍ରୀ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ମାହାଙ୍ଗାରୁ ବିଧାୟକ ପ୍ରତାପ ଜେନାଙ୍କୁ କଡା ଟକ୍କରରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ । ପରେ ପରେ ପୁର୍ନବାର ୨୦୧୯ ମସିହାରେ ମାହାଙ୍ଗାର ଜନସାଧାରଣଙ୍କ ନିଷ୍ପତି କ୍ରମେ ବିଜେପି ଦଳ ପକ୍ଷରୁ ଟିକେଟ୍ ପାଇ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ୭୬ହଜାର ୮ ଶହ ଭୋଟ ହାତେଇ ଦ୍ବିତୀୟ ସ୍ଥାନରେ ରହି ବିଜେପି ଦଳୀୟ ସଂଗଠନକୁ ବେଶ ମଝବୁତ କରିପାରିଥିଲେ । ହେଲେ ଦୀର୍ଘ ୫ବର୍ଷ ଧରି ମାହାଙ୍ଗାରେ ବିଜେପି ଦଳ ସହିତ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ କୌଣସି କାରଣରୁ ବିଜେପି ମାହାଙ୍ଗାରେ ୨୦୨୪ରେ ଶାରଦାଙ୍କୁ ଟିକେଟ୍‌ ଦେଇନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୫୦ରୁ ଅଧିକ ପଞ୍ଚାୟତରେ ଶ୍ରୀ ପ୍ରଧାନ ସମର୍ଥନ ସଭା ମାଧ୍ୟମରେ ମାହାଙ୍ଗା ବାସୀଙ୍କ ନିଷ୍ପତି ଲୋଡ଼ିଥିଲେ । ତେବେ ପ୍ରତ୍ୟେକ ପଞ୍ଚାୟତରେ ଆୟୋଜିତ ସମର୍ଥନ ସଭାରେ ଶାରଦାଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଥିବାର ଦେଖୁବାକୁ ମିଳିବା ପରେ ଶ୍ରୀ ପ୍ରଧାନ ମାହାଙ୍ଗାର ସ୍ୱାର୍ଥ, ସାଭିମାନ, ବିକାଶକୁ ଆଖି ଆଗରେ ରଖି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତି ଗ୍ରହଣ କରିଥିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି । ଏପରିକି ମାହାଙ୍ଗାରେ ଏକରକମ କହିବାକୁ ଗଲେ ପରିବାରବାଦ ଶାସନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ସହିତ ମାହାଙ୍ଗା ମାଟିର ଲଢ଼ୁଆ, ସ୍ୱାଭିମାନୀ ଯୁବନେତା ଶାରଦା ପ୍ରଧାନଙ୍କ ତୀବ୍ର ଲଢ଼େଇ ଜୋରଦାର ହେବାନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଲାଣୀ। ମାହାଙ୍ଗୀରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଜେନା ଏବଂ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ହିଁ ନିର୍ବାଚନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ କିନ୍ତୁ ବିଜେପି ଏବଂ କଂଗ୍ରେସ ଅଳ୍ପ କିଛି ଭୋଟ ହାତେଇପାରନ୍ତି ବୋଲି ବହୁ ବିଶିଷ୍ଟ ରାଜନୀତିଜ୍ଞ ମାନେ ପ୍ରକାଶ କରିଛନ୍ତି । ସୂଚନାଥାଉକି ମାହାଙ୍ଗାରେ ବିଜେଡ଼ିରୁ ଟିକେଟ୍ ପାଇଁ ୩ଜଣ ଆଶାୟୀ ରହିଥିଲେ ହେଲେ ବିଜେଡ଼ି ଟିକେଟ୍ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ଦିଆଯିବାରୁ ଅନ୍ୟ ଆଶାୟୀମାନଙ୍କର ସମର୍ଥକ ମାନଙ୍କୁ ଶାରଦା ଏକଜୁଟ କରି ତାଙ୍କ ସପକ୍ଷକୁ ଟାଣିବାକୁ ସକ୍ଷମ ହୋଇଛନ୍ତି । ସେହିପରି ବିଜେପରୁ ଶାରଦା ପ୍ରଧାନ.ଚୌଧୁରୀ ପ୍ରଭାତ କେଶରୀ ମିଶ୍ର,ସୁମନ୍ତ ଘଡ଼େଇ ଟିକେଟ୍ ଆଶାୟୀ ରହିଥିଲେ ହେଲେ ବିଜେପରୁ ସୁମସ୍ତ ଘଡ଼େଇ ଟିକେଟ୍‌ ପାଇବା ପରେ ବୀର୍ଘଦିନ ଧରି ବିଜେପିରେ ରହିଥିବା ବହୁ କର୍ମୀ ଏହାକୁ ଗ୍ରହଣ ନକରି ଅସନ୍ତୁଷ୍ଟ ଜାହିର କରି ଶାରଦାଙ୍କ ସହିତ ରହିଥିବା ଜଣାଯାଇଛି । ସେହିପରି କଂଗ୍ରେସ ଦଳରୁ ସେକ ମାସୁଦ ଅଲ୍ଲୀ,ପିସସ ସମ୍ପାଦକ ପ୍ରଦିପ୍ତ ଦାସ,ବରିଷ୍ଠ ନେତା ଦେବେନ୍ଦ୍ର ସାହୁ ଟିକେଟ ପାଇଁ ଆଶାୟୀ ଥିବାବେଳେ କଂଗ୍ରେସ ଦଳ ଦେବେନ୍ଦ୍ର ସାହୁଙ୍କୁ ଟିକେଟ୍ ଦେଇଥିଲା ଫଳରେ ଦୁଇ ଆଶାୟୀ ପ୍ରାର୍ଥୀ ଅସନ୍ତୁଷ୍ଟ ହୋଇଥିବା ବେଳେ ତାଙ୍କର ବହୁ ସମର୍ଥକ ମାନେ ସ୍ୱାଧୀନ ପ୍ରାର୍ଥୀ ଶାରଦାଙ୍କ ମୁହାଁ ହୋଇଥିବା ଜଣାଯାଇଛି । ଶ୍ରୀ ପ୍ରଧାନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ ଏବଂ ୨୦୧୯ରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହି ବିଜେଡ଼ି ସହିତ ପ୍ରତିଦ୍ଵନ୍ଦିତା କରିଥିଲେ । ଏଥର ପୁର୍ନବାର ଶାରଦା ୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ମାହାଙ୍ଗା ବାସୀଙ୍କ ବିପୁଳ ଜନ ସମର୍ଥନ ଦ୍ବାରା ଲଢେଇ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଏପରିକି ଶ୍ରୀ ପ୍ରଧାନ ମାହାଙ୍ଗାର ସଚେତନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତିକି ମାହାଙ୍ଗାରୁ ପରିବାରବାଦ ଶାସନକୁ ହଟାଇ ଏକ ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ,ସ୍ୱାଭିମାନୀ ମାହାଙ୍ଗା ଗଠନରେ ସହଯୋଗର ହାତ ବଢ଼ାଇବା ପାଇଁ । ତେବେ ରାଜନୀତିର ପଶାପାଲିରେ ଜନତା ଜନାର୍ଦ୍ଦନଙ୍କ ବହୁମତ ନିଷ୍ପତିହିଁ ମାହାଙ୍ଗା ମାଟିର ସ୍ୱାଭିମାନକୁ ବଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହ ଏଥର ବିଜେଡିକୁ କଡ଼ା ଟକ୍କର ଦେବା ସହିତ ପିତା ପୁତ୍ରଙ୍କୁ ପାଣି ପେଇବେ ସ୍ଵାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ। ସେପଟେ
ଶାରଦାଙ୍କ ପ୍ରତି ମାହାଙ୍ଗାବାସୀଙ୍କ ସମର୍ଥନ ହୁ ହୁ ହେଇ ବଢିବାରେ ଲାଗିଛି। ଯାହାକୁ ନେଇ ଏବେଠାରୁ ବିଭିନ୍ନ ଦଳର ଝାମୁଆ ନେତା ମାନଙ୍କ ମଧ୍ୟରେ ସାରଦା ଚିନ୍ତାର କାରଣ ପାଲଟିଥିବା କଥା ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *