ରାଜ୍ୟ

ବସନ୍ତ ରାସ ଉତ୍ସବ ରେ କଂସମୁଣ୍ଡା ଚଳଚଞ୍ଚଳ

କଣିହାଁ ୨୪/୦୪ କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମରେ ଆବାହନ କାଳରୁ ପରମ୍ପରାକୁ ନେଇ ଚୈତ୍ର ପୁର୍ଣ୍ଣିମା ତିଥିରେ ବାର୍ଷିକ ଯାତ୍ରା ଉତ୍ସବ ଭାବେ ବସନ୍ତ ରାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି I ମଙ୍ଗଳବାର ପ୍ରଥମ ଦିବସ କାର୍ଯ୍ୟ କ୍ରମକୁ ନେଇ ଗ୍ରାମର ଆରଧ୍ୟ ଦେବ ଶ୍ରୀ ଗୋପାଳଜୀ ଙ୍କ ପୂଜାବିଧି କର୍ମ ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟାରେ ସୁସଜିତ ପଟୁଆର ଶୋଭାଯାତ୍ରା ରେ ରଥ ଉପରେ ରାଧାକୃଷ୍ଣ ଙ୍କ ବିମାନରୁ ରଥରେ ବିରାଜମାନ କରାଯାଇ ପାରମ୍ପରିକ ଦେବଦାସୀ ନୂତ୍ୟ,ଘୋଡାନାଚ,ଘଣ୍ଟବାଦ୍ୟ,ଫୁଲମେଢ, ବାଉଁସଦିପ,କଣ୍ଢେଇନାଚ,ଲଉଡି ଖେଳ ସହିତ ଡିଜେ ବାଜା ବାଣରେ ଠାକୁର ଙ୍କୁ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ପଡିଆ ମଣ୍ଡପ କୁ ଅଣାଯାଇଥିଲା I ବହୁ ସଂଖ୍ୟାରେ ଜନ ସମାଗମକୁ ନେଇ କଂସମୁଣ୍ଡା ଗ୍ରାମ ଲୋକାରଣ୍ୟରେ ପରିଣତ ହୋଇଥିଲା I ଘରେଘରେ ବନ୍ଧୁ ବାନ୍ଧବ ସାଙ୍ଗ ସାଥିଙ୍କ ଆସର ଜମିଥିଲା I ରାତ୍ରୀରେ ମନୋରଞ୍ଜନ ନିମନ୍ତେ ଏକ ପ୍ରତିଷ୍ଠିତ ଯାତ୍ରାପାର୍ଟି ଦ୍ୱାରା ନାଟକ ପରିବେଷଣ ହୋଇଥିଲା I ଏହି ଅବସରରେ ବହୁ ମାନ୍ୟଗଣ ନିମନ୍ତ୍ରୀତ ଜନ ପ୍ରତିନିଧି ଙ୍କ ସହିତ ବିଧାୟକ ଓ ସାସଂଦ ପ୍ରାର୍ଥି ଅଂଶଗ୍ରହଣ କରି ଶୁଭେଛା ଜଣାଇଥିଲେ I ବୁଧବାର ପୂର୍ବାହ୍ନରେ ନାମ ସଂଙ୍କିର୍ତ୍ତନକୁ ନେଇ ପଡିଶା ଅଞ୍ଚଳର ୧୨ ରୁ ଅଧିକ ଓଡିଶି ସଂଙ୍କିର୍ତ୍ତନ ମଣ୍ଡଳି ଯୋଗଦେଇ ହରିନାମ ପରିବେଷଣ କରିଥିଲେ I ବହୁ ଉଠା ଦୋକାନି ବ୍ୟବସାୟ ପାଇଁ ପସରା ମେଲାଇଥିବା ବେଳେ କିଣାବିକା କାରବାର ରେ ଭିଡ ଜମିଥିଲା I ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ପୋଲିସ ଫୋର୍ସ ନିୟୋଜିତ ସହିତ ଗ୍ରାମବାସୀ ଙ୍କ ତରଫରୁ ସହଯୋଗ କରାଯାଇଥିଲା I ତିନି ଦୀନ ପାଇଁ ଯାତ୍ରାପାର୍ଟି ଆସିଥିବା ବେଳେ ବୁଧବାର ରାତିରେ ନାଟକ ଦେଖିବାକୁ ଦର୍ଶକ ମାନଙ୍କ ଜମିଛି I ଗୁରୁବାର ରାତ୍ରିରେ ଉତ୍ସବ ସମାପନ ସହିତ ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମ ରହିଛି I

Leave a Reply

Your email address will not be published. Required fields are marked *