ରାଜ୍ୟ

କଣିହାଁ କୋଇଲାଖଣି କ୍ଷେତ୍ର କାର୍ଯ୍ୟାଳୟ ଅଫିସ୍ ସମୁଖରେ ବିଏମ୍‌ଏସ୍ ର ଧାରଣା

କଣିହାଁ,୨୪ା୪:ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି କ୍ଷେତ୍ର କାର୍ଯ୍ୟାଳୟ ଅଫିସ୍ ସମୁଖରେ କଣିହାଁ ବିଏମ୍‌ଏସ୍ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଧାରଣାରେ ବସି ପ୍ରତିବାଦ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ନ୍ଦେଶନାମା କାର୍ଯ୍ୟକାରୀରେ ଖଣି କର୍ତୃପକ୍ଷଙ୍କ ନୀରବତାକୁ ପାଥେୟ କରି ବିଏମ୍‌ଏସ୍ ସଂଘ କଣିହାଁ ଶାଖା ପକ୍ଷରୁ ଆଜି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ୍ କରାଯାଇଥିଲା । ସଂଘ ସଭାପତି ଅଭୟ କୁମାର ସାହୁଙ୍କ ନେତୃତ୍ୱରେ ଖଣି କର୍ମଚାରୀ ସାମିଲ୍ ହୋଇଥିଲେ । ଗ୍ରୀଷ୍ମଦିନେ ଅସହ୍ୟ ତାପମାତ୍ରା ବୃଦ୍ଧି କୁ ଲକ୍ଷ୍ୟ ରଖି ଦିନ ୧୧ଟାରୁ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ଖଣିରେ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ ନକରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଯାରୀ ହୋଇଥିଲା ।ଏଥି ସହିତ ଆବଶ୍ୟକିୟ ପଦକ୍ଷେପ ସଦୃଶ ଶିତତାପ ନିୟନ୍ତ୍ରଣ ମେସିନ୍‌, ଥଣ୍ଡା ପାନୀୟ ଜଳ ଯୋଗାଣ, ରେଷ୍ଟ୍ ସେଲଟର୍‌, ଓଆର୍‌ଏସ୍ ଓ ଜରୁରୀ କାଳୀନ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ଓଡିଶା ସରକାର ନିର୍ନ୍ଦେଶ ଦେଇଥିଲେ । କିନ୍ତୁ ଏଯାବତ୍ କାର୍ଯ୍ୟକାରୀ ନହେବା ଫଳରେ ଆଜି ସଂଘ ପକ୍ଷରୁ ଏଭଳି ପ୍ରତିବାଦ୍ କରାଯାଇଥିଲା । ତାଳଚେର କୋଇଲା ଖଣି ମଜଦୂର ସଂଘ ସାଧାରଣ ସମ୍ପାଦକ ବିରେନ୍ କୁମାର ଖିଲାରଙ୍କ ନିର୍ନ୍ଦେଶକ୍ରମେ କଣିହାଁ ସହିତ ତାଳଚେର ଖଣି ଅଂଚଳର ୮ମହାପ୍ରବନ୍ଧକ ସମସ୍ତ ଅଫିସ୍ ସମ୍ମୁଖରେ ଏହି ପ୍ରତିବାଦ୍ କରାଯାଇଥିଲା । ଜିଲ୍ଲା ବିଏମ୍‌ଏସ୍ ସମ୍ପାଦକ ତଥା କଣିହାଁ ପ୍ରଭାରୀ ଅଜୟ କୁମାର ପାଢୀ,ସଂଘ ସମ୍ପାଦକ ଚିନ୍ମୟ ଚିରସୁନ୍ଦର ପ୍ରଧାନ, ସଂଘମିତ୍ରା ପ୍ରଧାନ, ହିମାଦ୍ରୀ ସାହୁ, ରଶ୍ମୀତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ଦୂର୍ଗାବତୀ ସାହୁ, ରମେଶ ସାମଲ, ଜିତେଶ୍ କୁମାର ଧର, ଶୁଶାନ୍ତ ସାମଲ, ଲକ୍ଷ୍ମୀଧର ଜେନା, ମାନସ ସାହୁ, ବିଶ୍ୱନାଥ ସାହୁ, ଅଜୟ ସାହୁ, କାଳନ୍ଦୀ ବେହେରା, ସନ୍ତୋଷ ସାମଲ, ଶେଖ୍ ଖଲ୍ଲିଲ୍ ଉଲ୍ଲା, ଗୈାତମ ବେହେରା, ରାଜେନ୍ଦ୍ର ସାହୁ ପ୍ରମୁଖ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *