ରାଜ୍ୟ

ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ନେତାଙ୍କ ଭିଡ଼ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ । ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚିଛନ୍ତି ।କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଂଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି,ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେ. ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପହଞ୍ଚିି ଧନ୍ୟବାଦ ଜଣାଇଛନ୍ତି । ସେହିପରି ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ମାନସ ମଙ୍ଗରାଜ, ରଣେନ୍ଦ୍ର ପ୍ରତାନ ସ୍ୱାଇଁ, ଟୁକୁନି ସାହୁ, ସାଲୁଗା ପ୍ରଧାନ, ଅତନୁ ସବ୍ୟସାଚ୍ଚୀ, ଦେବୀ ରଞ୍ଜନ ତ୍ରିପାଠୀ, ବିଷ୍ଣୁଦତ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଞ୍ଚିଛନ୍ତି । ଏହା ସହ ଭାଗୀରଥୀ ସେଠୀ, ଜଗନ୍ନାଥ ନାୟକ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ବ୍ୟୋମକେଶ ରାୟ ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *