ରାଜ୍ୟ

ଜାମିନ୍ ନା ପୁଣି ଇଡ଼ି ହେପାଜତ: ଆଜି ହେବ କେଜ୍ରିୱାଲଙ୍କ ବିଚାର 

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ ଆଜି ଶେଷ ହେଉଛି। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ। କେଜ୍ରିୱାଲ ଜାମିନ ପାଇବେ ନା ତାଙ୍କୁ ପୁନର୍ବାର ଇଡ଼ି ହେପାଜତକୁ ପଠାଯିବ ତାହା କୋର୍ଟରେ ନିଷ୍ପତ୍ତି ହେବ। ମଦ ଦୁର୍ନୀତି ମାମଲା ତଥା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ମାର୍ଚ୍ଚ ୨୧ ତାରିଖ ରାତିରେ ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଇଡ଼ି କେଜ୍ରିୱାଲଙ୍କ ପାଇଁ ୧୦ ଦିନର ରିମାଣ୍ଡ ମାଗିଥିଲେ। ତେବେ କେଜ୍ରିୱାଲଙ୍କୁ ୬ ଦିନ ରିମାଣ୍ଡରେ ପଠାଇବାକୁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସିଏମ କେଜ୍ରିୱାଲଙ୍କୁ ଇଡ଼ି ହେପାଜତକୁ ପଠାଇବାକୁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାର ଅବଧି ଗୁରୁବାର ଶେଷ ହେଉଛି। ଏହା ପରେ କେଜ୍ରିୱାଲଙ୍କୁ ଅପରାହ୍ନ ୨ ଟାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ। କୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। ତାଙ୍କୁ ରିମାଣ୍ଡରେ ପଠାଇବାକୁ ଇଡି ପୁଣି ଥରେ ଦାବି କରିପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *