ରାଜ୍ୟ

ୟୁନିଟ୍‌-୬ ଅଞ୍ଚଳରେ ଜଗନ୍ନାଥ, ଅପରାଜିତାଙ୍କ ପଦଯାତ୍ରା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ଏକ ପଦଯାତ୍ରା କରିଥିଲେ। ୟୁନିଟ୍-୬ ଅଞ୍ଚଳରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସେ କରିଥିବା ଏହି ଶୋଭାଯାତ୍ରାରେ ବହୁ ସ୍ଥାନୀୟ ଲୋକ ସାମିଲ‌ ହୋଇଥିଲେ। ଏହି ପଦଯାତ୍ରା ୟୁନିଟ୍-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ବାହାରି ବନଦୁର୍ଗା କ୍ଲବ, ଟାୟାର କମ୍ପାନି ଛକ ଓ ୭ ନମ୍ବର ବସ୍ତି ଅତିକ୍ରମ କରି ଗଙ୍ଗନଗର ସ୍ଥିତ ରଘୁନାଥ ମନ୍ଦିରରେ ପହଞ୍ଚିବା ବେଳକୁ ଜନସଂଖ୍ୟା ବହୁଗୁଣିତ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଜଗନ୍ନାଥ ଓ ଅପରାଜିତାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ଜନସାଧାରଣ ସମ୍ବର୍ଦ୍ଧନା ଦେଇଥିଲେ। ମହିଳାମାନେ ହୁଳହୁଳି ପକାଇ ଶୋଭାଯାତ୍ରାରେ ସାମିଲ ‌ହୋଇଥିଲେ। ଜଗନ୍ନାଥ କହିଥିଲେ, ‘‘ପଦଯାତ୍ରାରେ ସ୍ଥାନୀୟ ଜନସାଧାରଣ ସ୍ବତଃ ସାମିଲ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ଏଭଳି ସମର୍ଥନ ଓ ଉତ୍ସାହ ରହିଲେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ଡବଲ ଇଞ୍ଜିନ ସରକାର ଗଠନ ସମ୍ଭବ।’’

Leave a Reply

Your email address will not be published. Required fields are marked *