ରାଜ୍ୟ

୮ବର୍ଷର ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଏତଲା

ଦାରିଙ୍ଗବାଡ଼ି,୨୯/୨: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ୮ବର୍ଷ ର ନାବାଳିକା କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପରେ ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୩୩/୨୪ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଥାନାରେ ଅଭିଯୋଗ ମୁତାବକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୮ବର୍ଷର ୪ର୍ଥ ଶ୍ରେଣୀ ନାବାଳିକା ଘରୁ କିଛି ସଉଦା ନେବା ପାଇଁ ଦୋକାନ କୁ ଆସି ସାମଗ୍ରୀ ନେଇ ଘରକୁ ଫେରିବା ବେଳେ ଘର ନିକଟରୁ ତାକୁ ଜଣେ ଯୁବକ ଜୋର ଜବରଦସ୍ତ ଟାଣି ନେଇ ନିଜ ଘରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ନାବାଳିକା ଜଣକ ଚିତ୍କାର କରିବାରୁ ଯୁବକ ଜଣକ ଏ ବାବଦରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ କୁଆଡ଼େ ଧମକ ଦେଇଥିଲା l ନାବାଳିକା ଜଣକ ଘରେ ପହଞ୍ଚି ସବୁ ଘଟଣା କହିବା ପରେ ଆଜି ନାବାଳିକା ଙ୍କ ବାପା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀ ପାତ୍ର ଙ୍କ ନିର୍ଦ୍ଧେଶ ରେ ଏକ ମାମଲା ରୁଜୁ କରି ଆଇପିସି ର ଧାରା ୩୬୩,୩୫୪(a) ୩୪୨ ପୋକ୍ସ ଆଇନ ଅନୁସାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ
ଦାରିଙ୍ଗବାଡ଼ି ଥାନା ଉପ ଆରକ୍ଷୀ ଅଧିକାରୀ ଜିତେନ୍ଦ୍ର ବେହେରା ତଦନ୍ତ ଭାରଗ୍ରହଣ କରିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *