ରାଜ୍ୟ

ମାଘ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମୟଜ୍ଞ ଆୟୋଜିତ

୨୪ ଫେବୃଆରୀ ୨୦୨୪, ଶନିବାର ଦିନ ପବିତ୍ର ମାଘ ପୂର୍ଣ୍ଣିମାର ଶୁଭ ଅବସରରେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟ ଅମୃତମଣହିଁ ଗ୍ରାମରେ ଅବସ୍ଥିତ ମା ସାହାଡା ସୁନ୍ଦରୀ ମନ୍ଦିର ପରିସରରେ ଆନନ୍ଦ ଫାଉଣ୍ଡେସନ୍ ଦ୍ୱାରା “ବିଶ୍ୱ ଶାନ୍ତି ହୋମଯଜ୍ଞ” ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ସକାଳ ୧୦ ଟାରୁ ଆରମ୍ଭ ହୋଇଥିଲା | ଶ୍ରୀ ଜ୍ଞାନରଞ୍ଜନ ଦାଶ, ଶ୍ରୀ ପ୍ରମୋଦ ଦାଶ, ଶ୍ରୀ ଅଭିରାମ ଲେଙ୍କା ସାମୂହିକ ଭାବେ ପୁରୋହିତର କାର୍ଯ୍ୟ ନିର୍ବାହନ କରିଥିଲେ । ଶ୍ରୀ ଦାମୋଦର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ ଯଜ୍ଞ କର୍ତାର ଦାଇତ୍ୱ ନିର୍ବାହନ କରିଥିଲେ ।

ଏହି ଅଞ୍ଚଳର କର୍ମକର୍ତ୍ତା ଶ୍ରୀ ମନୋରଂଜନ ଦାଶ ଏବଂ ଶ୍ରୀ ଅଖିଲ ରାଉତ ଯଜ୍ଞର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଏବଂ ନିକଟସ୍ଥ ଗ୍ରାମବାସୀମାନେ ବହୁତ ଆନନ୍ଦର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ପୂର୍ବାହ୍ନ ୧ ଘଟିକାରେ ଶେଷ ହୋଇଥିଲା |

ଏହି ଶୁଭ ଅବସରରେ ଶ୍ରୀ ମନୋଜ ଦାସ (ସାଧାରଣ ସମ୍ପାଦକ, ଆନନ୍ଦ ଫାଉଣ୍ଡେସନ) ଆନନ୍ଦ ଫାଉଣ୍ଡେସନ ବିଷୟରେ କହିଥିଲେ ଏବଂ ଶ୍ରୀ ବିଭୂ ପ୍ରସାଦ ଦାସ (ସଦସ୍ୟ, ଓଡ଼ିଶା ଗୋ ସେବା ସମିତି) ଯଜ୍ଞ ଏବଂ ଗୋମାତାର ମହତ୍ତ୍ୱ ବିଷୟରେ କହିଥିଲେ। ଶ୍ରୀ ସନ୍ତୋଷ କୁମାର ବାରିକ, ଶ୍ରୀ ସନାତନ ତରାଇ, ଶ୍ରୀ ଅଶୋକ କୁମାର ଦାଶ ଏବଂ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *