ରାଜ୍ୟ

ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ବିଭିନ୍ନ ଦଳରୁ ମାଳମାଳ ପ୍ରାର୍ଥୀ

ବିଜେପୁର, ( ନି ପ୍ର ) ନିର୍ବାଚନୀ ବିଗୁଲ ବାଜିନି ସତ ହେଲେ ନିର୍ବାଚନୀ ଉଷ୍ମତା ଖୁବ ଅନୁଭୂତ ହେଲାଣି । ଦଳ ଡିଆଁ ପର୍ବ ସବୁ ଦଳ ମାନଙ୍କରେ ଆରମ୍ଭ ହୋଇ ଯାଇଛି । ଟିକଟ ଲବି ପାଇଁ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି । ବରଗଡ ଜିଲ୍ଲାରେ ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀ ତଥା ସବୁ ଦଳ ମାନଙ୍କରେ ଏକାଧିକ ଆଶାୟୀ ପ୍ରାର୍ଥୀ ଅଛନ୍ତି । କାହାକୁ ମିଳିବ ଟିକଟ କାହା ଉପରେ ଆସ୍ଥା ପ୍ରକଟ କରିବେ ପାର୍ଟି ପ୍ରମୁଖ ଏ ନେଇ ଅନେକ କଳ୍ପନା ଜଳ୍ପନା ହେଉଛି। ଏହି ଦୌଡ଼ରେ ପଛରେ ପଡ଼ିନାହିଁ ବିଜେପୁର ନିର୍ବାଚନ ମଣ୍ଡଳୀ। ସବୁ ସମୟରେ ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବରଗଡ ଜିଲ୍ଲାର ହଟ୍ ନିର୍ବାଚନ ମଣ୍ଡଳୀ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ଵିତୀୟ ଗଡ଼ ଭାବରେ ମଧ୍ୟ ବେଶ ପରିଚିତ ବିଜେପୁର ଆସନ। ଏଠି ଆଶାୟୀ ଯେତେ, କନ୍ଦଳ ସେତେ। ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଥିବା ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ । ପୁରୁଣା ବିଜେଡି କର୍ମୀମାନେ ବିଧାୟିକା ତଥା ମନ୍ତ୍ରୀ ରିତା ସାହୁଙ୍କୁ ନାପସନ୍ଦ କରୁଥିବା ବେଳେ ସିଧସଳଖ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯଦିଓ ରିତା ସାହୁଙ୍କ ଟିକଟ କଟିବାର ସମ୍ଭାବନା ନାହିଁ ତଥାପି ଶାସକ ଦଳରେ ମଧ୍ୟ ଅନେକ ଆଶାୟୀ ଅଛନ୍ତି । ଏହି ଦୌଡ଼ରେ ପୂର୍ବତନ ସାଂସଦ ଶ୍ରୀ ପ୍ରଭାତ ସିଂଙ୍କ ନାମ ସବା ଆଗରେ ଥିବା ବେଳେ ପୂର୍ବତନ ବିଜେପୁର ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କର୍ ମଧ୍ୟ ଜନତାଙ୍କ ମଧ୍ୟରେ ସୁଚିତ୍ର ଆଙ୍କିଥିବା ଦେଖିବାକୁ ମିଳୁଛି। ଏ ସବୁ ମଧ୍ୟରେ ଏକ ଯୁବ ଚେହେରା ନିହାରିକା ଗିରି ମଧ୍ୟ ବିଜେଡି ଟିକଟ ପାଇଁ ଆଶାୟୀ ଅଛନ୍ତି । ନିହାରିକା ବହ୍ନିକନ୍ୟା ପାର୍ବତୀ ଗିରୀଙ୍କ ନାତୁଣୀ ଅଟନ୍ତି । ଟିକଟ ଦେଲେ ଲୋକଙ୍କ ସେବା କରିବି କହି ଲୋକଙ୍କ ପାଖକୁ ଯାଉଛନ୍ତି । ଶାସକ ଦଳର ପ୍ରତିଦ୍ବନ୍ଦୀ ଭାବେ ଦେଖିବାକୁ ଗଲେ ବିଜେପି ଦଳର ସ୍ଥିତି ଠିକ ଠାକ ରହିଛି । ଏହି ଦଳରେ ମଧ୍ୟ ମାଳ ମାଳ ଆଶାୟୀ । ପୁର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ସନତ ଗଡତୀୟା ଦୁଇ ଦୁଇ ଥର ପରାସ୍ତ ହୋଇଛନ୍ତି, ଗତ ୨୦୧୯ ସାଧାରଣ ନିର୍ବଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ସେ ନିର୍ବାଚନ ଲଢିଥିଲେ ,ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଉପ ନିର୍ବାଚନରେ ଶ୍ରୀମତୀ ରିତା ସାହୁଙ୍କ ବିପକ୍ଷରେ ମଧ୍ୟ ନିର୍ବାଚନ ଲଢି ପରସ୍ତ ହୋଇଥିଲେ । ହେଲେ ମଧ୍ୟ ଶ୍ରୀ ଗଡତିୟା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନକୁ ବଜାୟ ରଖିଛନ୍ତି । ବିଜେପୁର ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ରହିଛି । ତେବେ ଏହି ଦୌଡ଼ରେ ପ୍ରମୋଦ ଛତର,ହଳପାଣି ମାଝୀ , ଗାଇସିଲେଟ ବ୍ଲକର ଝରଣା ପାଣିଗ୍ରାହୀ ,ଗୋବର୍ଦ୍ଧନ ଭୋଇ ବରପାଲି ବ୍ଲକର ସୁରେନ୍ଦ୍ର ପାତ୍ର,ଡ.ସୁଶିଲ ଶର୍ମାଙ୍କ ନାମ ଚର୍ଚ୍ଚା ହେଉଛି । ଦଳ ଏଥର ଶ୍ରୀ ଗଡାତୀୟାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିବେ ନା ନୂଆଁ ମୁହଁ ଦେଖିବ ବିଜେପୁର ସେନେଇ କିଛି ସ୍ପଷ୍ଟ ଜଣା ପଡୁନି। ଅନ୍ୟପଟେ ଦିବଂଗତ ସୁବଳ ସାହୁଙ୍କ ପରଲୋକ ପରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇ ଯାଇଛି। ଦଳୀୟ ସଂଗଠନ ନ ଥିବା ସଙ୍ଗେ ସମାନ। ଶ୍ରୀ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେଡ଼ି ତରଫରୁ ଉପ ନିର୍ବାଚନ ଲଢ଼ିଥିଲେ ତାଙ୍କ ବିପକ୍ଷରେ କଂଗ୍ରେସ ଦଳ ଗାଇସିଲେଟ ବ୍ଲକର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁଙ୍କୁ ଦଳ ଟିକେଟ ଦେଇଥିଲା ସେ ପରାସ୍ତ ହେଇଥିଲେ ଓ ପରେ ବିଜେଡିରେ ସାମିଲ ହେଲେ। ସାଧାରଣ ନିର୍ବାଚନ ବେଳକୁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ରିପୁ ସେଠ ଉପରେ ଆସ୍ଥା ପ୍ରକଟ କରିଥିଲେ କଂଗ୍ରେସ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ ।୨୦୨୪ ସାଧାରଣ ନିର୍ବାଚନରେ ସ୍ବର୍ଗତ ଶ୍ରୀ ସେଠଙ୍କ ପୁଅ ଅଭିଷେକ ସେଠ ଟିକଟ ପାଇଁ ଆଶାୟୀ ଅଛନ୍ତି । ବିଗତ କିଛି ଦିନ ତଳେ ବିଜେପୁର ବସଷ୍ଟାଣ୍ଡ ଠାରେ ବିଜେପି ବିଜେଡିର ବାହାଘରରେ ବହୁ ଜନ ସମାବେଶ ସହିତ ବିଜେପୁର ବ୍ଲକ ଘେରାଉ କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ଗତ ୨୦୨୦ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେଇ ଦିଲ୍ଲିପ ପଣ୍ଡା ରିତା ସାହୁଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ସେ ମଧ୍ୟ ଏହି ଟିକଟ ଲବି ଦୌଡର ଆଗ ଧାଡ଼ିରେ ଅଛନ୍ତି । ବିଜେପୁର ପାଇଁ ମୋଟ ୧୪ ଜଣ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ।ଏହି ୧୪ ଜଣଙ୍କ ମଧ୍ୟରୁ ଦୁଷ୍ମନ୍ତ ମେହେର ,କିଶୋର ଦଫାଦର ,ଅଭିଷେକ ସେଠ ଏବଂ ଦିଲୀପ ପଣ୍ଡାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି ।ଏପଟେ ଜଣାଶୁଣା ଚର୍ଚ୍ଚିତ ଚେହେରା ଅବସର ପ୍ରାପ୍ତ ଏମ୍.ଶ୍ରୀଗିଡାର ସମବାୟ ସମିତି ସହ ସମ୍ପାଦକ ଶିବ ପ୍ରସାଦ ମିଶ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବା ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ପାର୍ଟି ହାଇ କମାଣ୍ଡ କାହା ଉପରେ ଆସ୍ଥା ରଖିବେ ।କାହାକୁ ମିଳିବ ଟିକଟ ଦେବ ତାହା ଆଉ କିଛିଦିନ ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *