ରାଜ୍ୟ

କଙ୍କିଆରେ ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ନୟନ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ

କୁକୁଡ଼ାଖଣ୍ଡି,୩୦/୧୨/୨୩(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତ ଅଧିନ ରାଇପଡ଼ା ଗ୍ରାମ ପରିସରରେ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ମୟନ ସଂଗଠନ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏହି ପ୍ରତିଷ୍ଠା ଦିବସର ମହାସମାବେଶରେ ଦିଗପହଣ୍ଡି ସ୍ଥିତ ଶ୍ରୀ ମାଁ ହରିପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ପ୍ରତିଷ୍ଠା ଦିବସର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଶା ଧର୍ମଜାଗରଣ ପ୍ରମୁଖ ଡଃ ଜଳନ୍ଦର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ତଥା କୋରାପୁଟ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ସହସମ୍ପାଦକ ପିତାମ୍ବର ସାହୁ ଏବଂ ରାଷ୍ଟ୍ରଦୀପ ପ୍ରସାର ସମିତିର କାର୍ଯ୍ୟକାରୀ ସଭାପତି ଡ଼. ସୁରେନ୍ଦ୍ର କହଁର, ଆଦିବାସୀ ଉନ୍ନୟନ ସଂଗଠନ ସଭାପତି ଶରତଚନ୍ଦ୍ର ମଲ୍ଲିକ, ଗଜପତି ଜିଲ୍ଲା ୮ନଂ ଜୋନର ସଭାପତି ଜୁରିଆ ମଲ୍ଲିକ, ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ନୟନ ସଂଗଠନର ଉପଦେଷ୍ଟା ତଥା କୁକୁଡ଼ାଖଣ୍ଡି ବ୍ଲକ ଏବିଇଓ ତ୍ରିନାଥ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସମିତିସଭ୍ୟ ମଦନମୋହନ ନାୟକ,କଙ୍କିଆ ଗ୍ରାମବିକାଶ ଉଚ୍ଚ ବିଦ୍ୟାଳୟର ଅଧ୍ଯକ୍ଷ ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଆଦିବାସୀ ଉନ୍ନୟନ ସଂଗଠନ ପକ୍ଷରୁ ସମସ୍ତ କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ପକ୍ଷରୁ ଯୋଗୀ ଦେବଦତ୍ତ ମହାରାଜ ସମସ୍ତ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ଉପଢୌକନ ସହ ପୁରୀ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଦେଇ ସମ୍ମାନୀତ କରିବା ସହ ଆଦିବାସୀ ଉନ୍ନୟନ ସଂଗଠନର ଜାତି ଓ ସମାଜ ପ୍ରତି ରହିଥିବା ଅବଦାନ ଏବଂ ସନାତନ ଧର୍ମରକ୍ଷା, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଜାତିର ସୁରକ୍ଷା ଦିଗରେ ଅବତାରଣା କରିଥିଲେ । ଆଦିବାସୀମାନେ ବିଭିନ୍ନ ସ୍ଥାନରେ ଶୋଷଣର ଶିକାର ହେଉଥିବା ବେଳେ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରତିବନ୍ଧକ ମଧ୍ୟ ଲଗାଯାଉଛି। ସନାତନ ଧର୍ମକୁ ରକ୍ଷା କରିବାକୁ ଯାଇ ନିଜ ଜୀବନ ଚାଲିଗଲେ ମଧ୍ୟ ଦୁଃଖ ନାହିଁ ବୋଲି ମୁଖ୍ୟ ଅତିଥି ଶ୍ରୀ ଯୋଗୀ ମହାରାଜ ମତବ୍ୟକ୍ତ ପ୍ରକାଶ କରିବା ସହ ଆଦିବାସୀଙ୍କ ଅଞ୍ଚଳରେ ରାସ୍ତା, ଶିକ୍ଷା, ଆଲୋକ, ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ ସୁବିଧା କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ।ବହୁ ପ୍ରାଚୀନ ଯୁଗରେ ବନବାସୀଙ୍କ ସହ ଭଗବାନଙ୍କ ବନ ଜଙ୍ଗଲ ମଧ୍ୟରେ କିପରି ବନ୍ଧୁତ୍ୱ ବଡ଼ିଥିଲା ଏବଂ ବନବାସୀଙ୍କ ବନ ମଧ୍ୟରେ ନିର୍ଭିକ ଓ ଆତ୍ମନିର୍ଭରଶିଳ ସରଳ ଜୀବନଜାପାନ ଆଜିକାର ସମାଜକୁ ଆକୃଷ୍ଟ କରିଛି ଏବଂ ଏହି ପେରିପେକ୍ଷୀରେ ଘଞ୍ଚ ଜଙ୍ଗଲ କିପରି ନଷ୍ଟ ନହୋଇ ବାୟୁମଣ୍ଡଳକୁ ସହାୟକ ହେବ ତାହା ଉପରେ ଆଲୋକପାତ କରିଥିଲେ । ଏହା ସହିତ ଆଦିବାସୀ ମାନଙ୍କୁ ସମ୍ମାନିତ କରି ପୁରୀ ପ୍ରସାଦ ବଣ୍ଟନ କରି ଆଦିବାସୀଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରାଜଙ୍କୁ ଆଦିବାସୀ ସମାଜ ପକ୍ଷରୁ ଘଣ୍ଟ କୀର୍ତ୍ତନ ବଜାଇ ବିଶାଳ ପଟୁଆରରେ ସଭାମଣ୍ଡପକୁ ପାଛୋଟି ନେଇଥିଲେ। ଆଦିବାସୀ ଉନ୍ନୟନ ସଂଗଠନର ସଭାପତି ଶ୍ରୀ ମଲ୍ଲିକ ଜାତିର ପତାକା ଉତ୍ତୋଳନ କରିବା ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପରିଶେଷରେ ଆଦିବାସୀ ସଂଗଠନ ପକ୍ଷରୁ ବିଭିନ୍ନ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା ।ଏହି ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲା ଆଦିବାସୀ କନ୍ଧ ସମାଜର ମହୁରୀ ତାଲୁକା ମୁଠା, ଚିକିଟି ତାଲୁକା, ସୋରଡା ତାଲୁକା ମୁଠା, ଘଟକେଶ୍ଵର ମୁଠାର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *