Uncategorized

ଯୁଦ୍ଧ ଅନିବାର୍ଯ୍ୟ: ୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବା ଓ ଆଣବିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଜ୍ଞା କଲେ କିମ୍‌ ଜୋଙ୍ଗ୍‌ ଉନ୍‌

ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରତିଜ୍ଞା କରିଛନ୍ତି।କିମ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ରାଷ୍ଟ୍ରାୟାତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’ କହିଛି, ୨୦୨୩ରେ ସଫଳତାର ସହିତ ପ୍ରଥମ ‘ସ୍ପାଏ ‌ସାଟେଲାଇଟ୍‌’ ଉତ୍‌କ୍ଷେପଣ ଓ ଚଳାଇବାର ଅଭିଜ୍ଞାତାକୁ ଆଧାର କରି ୨୦୨୪ରେ ଆହୁରି ୩ଟି ‘ସ୍ପାଏ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରାଯିବ। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶର ପ୍ରସାର ପାଇଁ ଉଦ୍ଦିଷ୍ଟ।

Leave a Reply

Your email address will not be published. Required fields are marked *