ମୁଖ୍ୟ ଖବର

‘ଇନ୍‌ଷ୍ଟାଗ୍ରାମ୍‌’ରେ ଜଣେ ଝିଅକୁ ପ୍ରେମ କରୁଥିଲେ ୨ ପ୍ରେମିକ; ଜଣେ ପ୍ରେମିକ ଆର ପ୍ରେମିକଙ୍କୁ ୫୦ ଥର ଛୁରି ଭୁସି ହତ୍ୟାକଲା

ନୂଆଦିଲ୍ଲୀ: ‘ଇନ୍‌ଷ୍ଟାଗ୍ରାମ୍‌’ରେ ପ୍ରେମ ବ୍ୟାପାରକୁ ନେଇ ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭାଗିରଥୀ ବିହାର ଅଞ୍ଚଳର ଏକ ଅଣଓସାରିଆ ଗଳିରେ ଜଣେ ୧୮ ବର୍ଷିୟ ଯୁବକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ୫୦ ଥର ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି।

ମୃତ ଯୁବକ ମାହିର୍‌ ଓରଫ୍‌ ଇମ୍ରାନ୍‌ଙ୍କ ଘର ଗାଜିଆବାଦ ଓ ସେ ଦିଲ୍ଲୀର ପାହାଡ଼ଗଞ୍ଜରେ ଗୋଟାଏ ‘ଫ୍ଲେକ୍ସ୍‌’ ପ୍ରିଟିଙ୍ଗ୍‌ ଦୋକାନରେ କାମ କରୁଥିଲେ। ‘ଇନ୍‌ଷ୍ଟାଗ୍ରାମ୍‌’ରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସହିତ ସମ୍ପର୍କ ଥିଲା। ସେହି ଯୁବତୀ ସହିତ ଅଭିଯୁକ୍ତ ଅର୍‌ମାନ୍‌ ଖାଁଙ୍କର ବି ସମ୍ପର୍କ ଥିଲା। ଅର୍‌ମାନ୍‌ଙ୍କର ଗୋଟାଏ ‘ଜେନେରାଲ୍‌ ଷ୍ଟୋର୍‌’ ଅଛି। ଯୁବତୀଜଣକ ମାହିର୍‌ଙ୍କ ଅଧିକ ସ୍ନେହ କରୁଥିଲେ। ଫଳରେ ମାହିର୍‌ ଓ ଅର୍‌ମାନ୍‌ଙ୍କ ମଧ୍ୟରେ ବିଦ୍ବେଷ ବା ଈର୍ଷା ଭାବ ସୃଷ୍ଟି ହୋଇଥିଲା।

ଥରେ ଅର୍ମାନ୍‌ ସେ ଯୁବତୀ ଭିଡିଓ କଲ୍‌ ଜରିଆରେ ମାହିର୍‌ଙ୍କ ସହିତ କଥା ହେଉଥିବା ଦେଖି ପକାଇଲେ। ରାଗରେ ଯୁବତୀଙ୍କ ସହିତ ଝଗଡ଼ା କରି ‌ଫୋନ୍‌ଟି ଛଡ଼ାଇ ନେଇ ପଳାଇଲେ।

ତା’ପର ଗୋଟାଏ ଯୋଜନା କରି ସେଦିନ ଅର୍‌ମାନ୍‌ ସେ ଯୁବତୀଙ୍କ ‌ଫୋନ୍‌ ଫେରାଇବ କହି ମାହିର୍‌ଙ୍କୁ ଭାଗିରଥୀ ବିହାରକୁ ଡକାଇଲେ। ସେ ଆସିବାରୁ ଅର୍‌ମାନ୍‌ ନିଜର ଦୁଇ ସହଯୋଗୀ ୨୧ ବର୍ଷିୟ ଫୈସାଲ୍‌ ଓ ୧୯ ବର୍ଷିୟ ସମୀର ଅତର୍କିତ ଭାବେ ଆକ୍ରମଣ କଲେ। ଛୁରି ଭୁସି ମାହିର୍‌ଙ୍କୁ ହତ୍ୟା କରିବା ପରେ ତିନିହେଁ ଘଟଣାସ୍ଥଳରୁ ଖସି ପଳାଇଗଲେ।

ମାହିର୍‌ଙ୍କ ଶବ ରାସ୍ତାରେ ପଡ଼ିଥିବା ବିଷୟରେ ଫୋନ୍‌ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ସେଠାରୁ ଗୋଟାଏ ରକ୍ତରଞ୍ଜିତ ଛୁରି ବି ଉଦ୍ଧାର କରାଗଲା। ତଦନ୍ତ କରି ଦିଲ୍ଲୀ ପୁଲିସ ଓ ତା’ର ‘ଆଣ୍ଟି-ଅଟୋ ଥେଫ୍‌ଟ୍‌ ସ୍କ୍ବାଡ୍‌’ (ଏଏଟିଏସ୍‌) ‘ଟ୍ରାକ୍‌’ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

କିନ୍ତୁ, ପୁଲିସ ଏପର୍ଯ୍ୟନ୍ତ ଉକ୍ତ ୨୧ ବର୍ଷୀୟ ତରୁଣୀଙ୍କର ସନ୍ଧାନ ପାଇନାହିଁ।

Leave a Reply

Your email address will not be published. Required fields are marked *