ମୁଖ୍ୟ ଖବର

ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ: ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଶନିବାର ସନ୍ଧ୍ୟା ୬ଟା ବେଳେ ‘ମୁମ୍ବାଇ ପୋଲିସ କଣ୍ଟ୍ରୋଲ୍‌ ରୁମ୍‌’ ଏହି ଧମକ କଲ୍‌ ରିସିଭ୍‌ କରିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍‌ କରିଥିବା ବ୍ୟକ୍ତି ଫୋନ୍‌ କଲ୍‌ କାଟି ଦେଇଥିଲେ।ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍‌ କଲ୍‌ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନ ଥିଲା। ଫୋନ କରୁଥିବା ବ୍ୟକ୍ତିଙ୍କର ସନ୍ଧାନ ପାଇବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି।

ଏହାଛଡ଼ା, ନବବର୍ଷ ପାଳନ ଅବସରରେ ମୁମ୍ବାଇ ପୁଲିସ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥା କଠୋର କରିଛି। ନବବର୍ଷ ଅବ୍ୟବହିତ ପୂର୍ବରୁ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତାହାର ମୁକାବିଲା ନିମନ୍ତେ ‘ଷ୍ଟେଟ୍‌ ରିଜର୍ଭ ପୋଲିସ ଫୋର୍ସ’ (ଏସ୍‌ଆର୍‌ପିଏଫ୍‌) ଓ ‘କୁଇକ୍‌ ରେସ୍‌ପନ୍‌ସ୍‌ ଟିମ୍‌ସ୍‌’ (କ୍ୟୁଆର୍‌ଟି) ସମେତ ୧୫,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ଗେଟ୍‌ୱେ ଅଫ୍‌ ଇଣ୍ଡିଆ, ମେରାଇନ୍‌ ଡ୍ରାଇଭ୍‌, ଦାଦର, ବାନ୍ଦ୍ରା ବସ୍‌ଷ୍ଟାଣ୍ଡ୍‌, ଜୁହୁ, ମଧ ଓ ମାର୍‌ୱେ ବେଳାଭୂମିରେ ଅଧିକ ଜନଗହଳି ହେବାର ସମ୍ଭାବନା ଥିବାରୁ ସେଠାରେ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *