ରାଜ୍ୟ

ବାଇଗଣବାଡ଼ିରେ ଧାନ ମଣ୍ଡି ଉଦ୍ଘାଟନ

କୁକୁଡ଼ାଖଣ୍ଡି,୨୬/୧୨/୨୩: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଇଗଣବାଡ଼ି ସେବା ସମବାୟ ସମିତି ଠାରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଚାଷୀଙ୍କ ସୁବିଧା ଦୃଷ୍ଟିରୁ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇଯାଇଅଛି।ଏହି ବର୍ଷ ଏଫଏକ୍ୟୁ ମାନର ଧାନ ପାଇଁ ରାଜ୍ୟ ସରକାର ୨୧୮୩ ଟଙ୍କା ଧାଯ୍ୟ କରିଛନ୍ତି। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମିତି ସମ୍ପାଦକ ବୃନ୍ଦାବନ କୋଠିଆଙ୍କ ପରିଚାଳିତରେ ବାଲିପଡ଼ା ସରପଞ୍ଚ ଝିଲି ସେଠୀ,ସମିତି ସଭ୍ୟ ପ୍ରତିମା ମଲିକ ,ସମିତି ନିର୍ଦ୍ଦେଶକ ରଜିତ୍ ପାତ୍ର,ସତ୍ୟବାନ୍ ବିଷୋୟୀ ଭବାନୀ ଶଙ୍କର ବିଷୋୟୀ,ପ୍ରଭାକର ପାତ୍ର, ମଣ୍ଟୁ ପାତ୍ର,ତ୍ରିନାଥ ମଲିକ,ଦେବ ପାତ୍ର, ରୋହିତ ଦାସ, କବିର ଡାକୁଆ,ହର ପ୍ରସାଦ ବିଷୋୟୀ ,ପ୍ରତାପ ଚନ୍ଦ୍ର ମହାନ୍ତି,ଅଜିତ୍ ମଲିକ ,ଜିତେନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସମିତି ର ଡାଟା ଏଣ୍ଟ୍ରି ଓପେରେଟ୍ର ବସନ୍ତ କୁମାର ବିଷୋୟୀ ଓ ରବୀନ୍ଦ୍ର କୋଠିଆ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *