ରାଜ୍ୟ

ଖଦାଳ କୁଳ ମହାସମାବେଶରେ ଯୋଗ ଦେଲେ ଯୋଗୀ ଦେବଦୂତ ମହାରାଜ ।

କୁକୁଡାଖଣ୍ଡି,୨୬/୧୨/୨୩(ମନୋଜ କୁମାର ପାତ୍ର): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନୂଆବଉଳଝୋଳି ଗ୍ରାମ ସ୍ଥିତି ଠାକୁରାଣୀ ମନ୍ଦିର ପରିସରରେ ସୋମବାର ମହୁରୀ ତାଲୁକା ଉତ୍ତର ମଣ୍ଡଳ ଖଦାଳ କୁଳ ସମାଜ ମହାସଂଘ ପକ୍ଷରୁ ନୂତନ କମିଟି ଗଠନ ନିମନ୍ତେ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଦିଗପହଣ୍ଡି ସ୍ଥିତ ଶ୍ରୀ ମାଁ ହରିପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦୂତ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଦାଳ କୁଳ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ପକ୍ଷରୁ ଯୋଗୀ ଦେବଦୂତ ମହାରାଜ ଖଦାଳ ସମାଜର ୧୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଉପଢୌକନ ସହ ପୁରୀ ଜଗନ୍ନାଥ ମହାପ୍ରସାଦ ଦେଇ ନିଜର ବନ୍ଧୁ ଦର୍ଶନ ଯାତ୍ରାରେ ସାମିଲ କରାଇଥିଲେ । ଏହି ସଭାରେ ଶ୍ରୀ ମହାରାଜ ଖଦାଳ ଜାତିର ସମାଜ ପ୍ରତି ଅବଦାନ ଏବଂ ସନାତନ ଧର୍ମ ରକ୍ଷା,ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ହିନ୍ଦୁ ଭାଇଚାରା ସୃଷ୍ଟି କରିବା ଏବଂ ଗୋରୁ ହତ୍ୟା ବନ୍ଦ କରି ଏକ ସୁସ୍ଥ ହିନ୍ଦୁ ରାଷ୍ଟ୍ରର ସେବକ ଭାବେ ଗୋ-ସୁରକ୍ଷା ଦିଗରେ ନିଜକୁ ସମର୍ପିତ କରିବା ପାଇଁ ଉପଦେଶ ଦେଇଥିଲେ। ଶ୍ରୀ ମହାରାଜଙ୍କୁ ଖଦାଳ ସମାଜ ପକ୍ଷରୁ ଘଣ୍ଟ କୀର୍ତ୍ତନ ବଜାଇ ବିଶାଳ ପଟୁଆରରେ ବଉଳଝୋଳି ଗ୍ରାମ ପରିକ୍ରମା କରି ସଭାମଣ୍ଡପକୁ ପାଛୋଟି ନେଇଥିଲେ। ଏହି ମହାସମାବେଶରେ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ଥିଲେ। ଏଥିରେ ଅରୂପ ଚୌଧୁରୀ,ମିଥୁନ ବିଷୋୟୀ,ଶ୍ୟାମ ରେଡ଼ୀ,ନୀଳାଞ୍ଚଳ ପାଢ଼ୀଙ୍କ ସମେତ ବହୁ ଯୁବ ନେତା ଯୋଗଦେଇଥିଲେ।ଏଥିରେ ମହୁରୀ ତାଲୁକା ଉତ୍ତର ମଣ୍ଡଳ ଖଦାଳ କୁଳ ସମାଜର ସଭାପତି ସୀମାଞ୍ଚଳ ଦାସ, ଉପସଭାପତି କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଟୁନା ଦାସ,କୋଷାଧ୍ୟକ୍ଷ ବୁଡୁ ଦାସ,ସୁଦର୍ଶନ ଦାସଙ୍କ ସମେତ ସମସ୍ତ ଗ୍ରାମର କୁଳ ସମାଜର କମିଟି ବୃନ୍ଦ ସହ ସମାଜର ସମସ୍ତ ବ୍ୟକ୍ତିବିଶେଷ ଯୋଗଦେଇଥିବା ବେଳେ ଖଦାଳ ଜାତିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *