ମିରାକିଲ ଚର୍ଚ୍ଚରେ ଧୁମଧାମରେ ବଡ଼ଦିନ ପାଳିତ
ଫୁଲବାଣୀ ସ୍ଥିତମିରାକିଲ ଚର୍ଚ୍ଚରେ ବଡ଼ଦିନ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଚର୍ଚ୍ଚରେ ଖ୍ରୀଷ୍ଟଧର୍ମୀ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ମିରାକିଲ ସଙ୍ଗୀତ ଦଳ ପକ୍ଷରୁ ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ଟି.ଯୋଶେଫ ଏବଂମୁଖ୍ୟ ଅତିଥ୍ ଭାବେ ବିହନ ନିଗମର ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ଜଗତର ତ୍ରାଣକର୍ତା ଜନ୍ମ ଗ୍ରହଣ କରିଛନ୍ତି ସେ ଖ୍ରୀଷ୍ଟପ୍ରଭୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ବିଶ୍ବାଳ, ଜାଗ୍ରତ କନ୍ଧାଳର ପ୍ରତିଷ୍ଠାତା
ଆଇନଜୀବୀ ସତ୍ୟ ନାରାୟଣ ବେହେରା,୮ ନଂ କାଉନ୍ସିଲର ରାଜେନ୍ଦ୍ର ପାଇ ଯୋଗ
ଦେଇଥିଲେ। ଚର୍ଚ୍ଚାର ପ୍ରତିଷ୍ଠାତା
ସୂର୍ଯ୍ୟନାରାରୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚର୍ଚ୍ଚରେ ଯୀଶୁଙ୍କର
ଜନ୍ମ ବୃତାନ୍ତ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ,୧୧ ଟା ରୁ ଅପରାହ୍ନ ସନ୍ଧ୍ୟା ୨ ଟା
ପର୍ଯ୍ୟନ୍ତ ବଡ଼ ଦିନର ଉପାସନା
ହୋଇଥିଲା ଏବଂ ଖାଦ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଚର୍ଚ୍ଚ ପିଲାମାନେ ନାଚଗୀତ କରି ଆନନ୍ଦ ମାନେଇଥିଲେ। ଚର୍ଚ୍ଚରେ ଖ୍ରୀଷ୍ଟ
ବିଶ୍ଵାସୀମାନେ ଯୀଶୁଖ୍ରୀଷ୍ଟଙ୍କ ନିକଟରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥିଲେ।ପରେ ବନ୍ଧୁ ମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସୁନୀଲ ବେହେରା, ଝୁଲି ନାୟକ, ସୁକାନ୍ତ ନାୟକ, ବବୁଲୁ ମଲ୍ଲିକ ଙ୍କୁ ଉପଢକନ ଦେଇ ସଂମ୍ନାନିତ କରିଥିଲେ। ସଙ୍ଗୀତ ଦଳରେ ସୁନୀଲ,ବବୁଲୁ , ବରୁଣ ମଲିକ,ଶାଲୋମି, ରୁତ, ଅନିମା, ଜିନିତା ଗୀତ ପରିବେଷଣ କରିଥିଲେ।ସୁକାନ୍ତ ନାୟକ, ଗୋବିନ୍ଦ ବେହେରା, ଆଶୀଷ ସାହାଣୀ, ବିପ୍ର ବେହେରା, ପୁରେନ୍ଦ୍ର ଦିଗାଲ,ପ୍ରଶାନ୍ତ ବେହେରା ପ୍ରମୂଖ ସହଯୋଗ କରିଥିଲେ।ବଡ଼ଦିନ ଟି ଆନଦ ସହ ପାଲିଥିଲେ ଏବଂ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।