ଦେଶ- ବିଦେଶ

ପୃଥିବୀର କକ୍ଷପଥରେ ଘୂରି ବୁଲୁଛନ୍ତି ଅସଂଖ୍ୟ ‘ୟୁଏଫ୍‌ଓ’: ଆମେରିକୀୟ ସେନା ରିପୋର୍ଟ

ଏର୍ଲିଙ୍ଗ୍‌ଟନ୍‌ କାଉଣ୍ଟି: ପୃଥିବୀର କକ୍ଷପଥରେ ଅସଂଖ୍ୟ ‘ଅଜ୍ଞାତ ଉଡ଼ନ୍ତା ଯାନ’ ବା ‘ୟୁଏଫ୍‌ଓ’ ଥିବା କଥା ‘ଯୁକ୍ତରାଷ୍ଟ୍ର ଆମେରିକା ମହାକଶ ବଳ’ର ରିପୋର୍ଟରୁ ଜଣାପଡ଼ିଛି ବୋଲି ‘ଡେଲି ମେଲ୍‌ ୟୁ.କେ.’ ରିପୋର୍ଟ କରିଛି।

ଆମେରିକା ସଶସ୍ତ୍ର ସେନାର ମହାକାଶ ସେବା ଶାଖା ‘ଯୁକ୍ତରାଷ୍ଟ୍ର ଆମେରିକା ମହାକଶ ବଳ’ ଏତେ ଅସ୍ବାଭାବିକ ସଂଖ୍ୟାରେ ଦେଖାଯାଉଥିବା ଉକ୍ତ ‘ୟୁଏଫ୍‌ଓ’ଗୁଡ଼ିକୁ ଚିହ୍ନଟ କରିବା ଲାଗି ଯୋଜନା କରିଛି।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ବାୟୁସେନାର ସାଧ୍ୟ ବାହାରେ ଥିବା ଆମେରିକାର ଆକାଶକୁ ସୁରକ୍ଷା ଦେବା ଲାଗି ଅତିରିକ୍ତ ସୁରକ୍ଷାବଳ ଭାବେ କାର୍ଯ୍ୟ କରିବା ଲାଗି ବିଶ୍ବର ଏହି ପ୍ରଥମ ‘ମହାକାଶ ସେନା’ ୨୦୧୯ ମସିହାରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ବ ସମୟରେ ଗଠନ କରାଯାଇଥିଲା।

‘ଯୁକ୍ତରାଷ୍ଟ୍ର ଆମେରିକା ମହାକଶ ବଳ’ ଆହୁରି ମଧ୍ୟ କହିଛି ଯେ, ଉକ୍ତ ‘ୟୁଏଫ୍‌ଓ’ଗୁଡ଼ିକ ମାଧ୍ୟକର୍ଷଣ ଶକ୍ତିକୁ ଏଡ଼ାଇ ପାରୁଛନ୍ତି, ରାଡାର୍‌ ଅଥବା ଅନ୍ୟାନ୍ୟ ‘ସେନ୍‌ସର୍‌’ରେ କ୍ବଚିତ ଦୃଶ୍ୟମାନ ହେଉଛନ୍ତି, ହଠାତ୍‌ ଏଗୁଡ଼ିକର ବେଗ ବୃଦ୍ଧି ପାଉଛି, ‘ହାଇପର୍‌ସୋନିକ୍‌’ ବେଗରେ ଉଡ଼ିବା ବେଳେ ‘ସୋନିକ୍‌ ବୁମ୍‌’ (ଗତି ବେଗ ବୃଦ୍ଧି ପାଇଲେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିବା) ଶୁଭୁନାହିଁ ଏବଂ ଆକାଶ ସମୁଦ୍ର ଓ ସୁଦୂର ମହାକାଶରେ ସମାନ ବେଗରେ ଉଡ଼ିପାରୁଛନ୍ତି। ‘ୟୁଏଫ୍‌ଓ’ଗୁଡ଼ିକର ଏହି ୫ଟି ଆଚରଣ ଅଧ୍ୟୟନ କରାଯାଇ ପାରିଲେ ସେଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟଭୁକ୍ତ କରାଯାଇ ପାରିବ।

‘ଡେଲି ମେଲ୍‌’ ରିପୋର୍ଟ କରିଛି ଯେ, ଆମେରିକା ସରକାର ସଫଳତାର ସହିତ ଅନ୍ୟୂନ ୯ଟି ‘ୟୁଏଫ୍‌ଓ’ ଉଦ୍ଧାର କରିଛି। ସେଗୁଡ଼ିକ ମଧ୍ୟରୁ ୨ଟି ଭଲ ଥିବା ବେଳେ ବାକି ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *