ରାଜ୍ୟ

ପ୍ରମିଳା ନାଏକଙ୍କୁ ନିଯୁକ୍ତି ଓ ଠିକା ଶ୍ରମିକଙ୍କ ନ୍ଯାୟ ସଂଗତ ଦାବିରେ ଏନ୍ ଟି ପି ସି ଠିକା ଶ୍ରମିକଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ

କଣିହାଁ(ନିପ୍ର )ଏନ୍ ଟି ପି ସି କଣିହାଁର ମେଣ୍ଟେନାନ୍ସ କାମରେ ନିଯୁକ୍ତି ଦାବିରେ ପ୍ରମିଳା ନାଏକ ଓ ତାଙ୍କ ପୁଅ ୫ ଦିନ ଧରି ଏନ୍ ଟି ପି ସି ମୁଖ୍ଯ ଫାଟକ ସମ୍ମୁଖରେ ଧାରଣା ଦେବା ପରେ ମଧ୍ଯ ନିଯୁକ୍ତି ପାଇଁ ଏନ୍ ଟି ପି ସି କର୍ତ୍ତୃପକ୍ଷ ପଦକ୍ଷପ ନନେବାରୁ ଆଜି ମଙ୍ଗଳବାର ସକାଳ ୬ଟାରୁ ଠିକା ଶ୍ରମିକମାନେ ସ୍ଵଇଚ୍ଛାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଆନ୍ଦୋଳନକାରୀ ଠିକା ଶ୍ରମିକଙ୍କ ପ୍ରତିନିଧିମଣ୍ଡଳୀ ସହିତ ଏନ୍ ଟି ପି ସି କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଦିନ ୨ଟା ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରମିଳା ନାଏକଙ୍କୁ ଠିକା ଶ୍ରମିକ ଭାବେ ତୁରନ୍ତ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଅନ୍ଯ ଆବେଦନକାରୀଙ୍କ ନିଯୁକ୍ତିକୁ ତ୍ବରାନ୍ବିତ କରାଯିବ , ଠିକା ଶ୍ରମିକଙ୍କ ଜ୍ବଳନ୍ତ ସମସ୍ଯାଗୁଡିକୁ ଗୁରୁତ୍ବ ଦେଇ ଠିକା ଶ୍ରମିକଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା ମାଧ୍ଯମରେ ସମାଧାନ କରିବା ପାଇଁ ଏନ୍ ଟି ପି ସି କର୍ତ୍ତୃପକ୍ଷ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ଠିକା ଶ୍ରମିକମାନେ ପ୍ରତ୍ୟାହାର କରିଥିଲେ । ଠିକା ଶ୍ରମିକଙ୍କ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଶ୍ରମିକ ନେତା ଜୟସେନ୍ ମେହେର, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଟୁନା ନାଏକ, ଗନ୍ଧର୍ବ ନାଏକ, ସୁନିଆ ନାଏକ, ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ ନାଏକ, ବିରେନ୍ଦ୍ର ନାଏକ, ସନ୍ତୋଷ ସାହୁ, ଅରୁଣ ନାଏକ, ଚରଣ ସାହୁ, ଦଣ୍ଡଧର ନାଏକ, କଳାକାର ବେହେରା, ମାନସ ସାହୁ , ନିଳମଣି ସାହୁ, ଏକାଦୂଶିଆ ନାଏକ, ନରେଶ ପ୍ରଧାନ,ନିତ୍ୟାନନ୍ଦ ବେହେରା, ନାରୀ ନେତ୍ରୀ ପ୍ରଗତି ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *