ରାଜ୍ୟ

ହିନ୍ଦୀ ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା

କଣିହାଁ (ନିପ୍ର) କଣିହାଁ ବ୍ଲକ ମହକୁମା ପବିତ୍ର ମୋହନ ହାଇସ୍କୁଲ ରେ କାର୍ଯ୍ୟରତ ହୀନ୍ଦି ଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଙ୍କୁ ମଙ୍ଗଳବାର ଅବସର ସମ୍ବର୍ଦ୍ଧନା ଦିଆଯାଇଥିଲା Iସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ଦାସରଥି ଜେନା ସଭାପତିତ୍ୱ କରିଥିଲେ,ଅତିଥିଭାବେ ଆଲୁମିନ ର ସଭାପତି ସୁକାନ୍ତ ଚନ୍ଦ୍ର ପ୍ରଧାନ,ସମ୍ପାଦକ ଭୂପେନ ଗଡନାୟକ,ଶିକ୍ଷା ପରିଚାଳନା କମିଟିର ସଭାପତି ଅଭିନ୍ନ ପ୍ରଧାନ,କାଳନ୍ଦୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ,ଅବସର ପ୍ରାପ୍ତ ଶିକ୍ଷକ ଙ୍କ ର ସ୍କୁଲ ପ୍ରତି ସେବା ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଇବା ସହିତ ନିତି ଆଦର୍ଶକୁ ନେଇ ଅନେକ ଗୁଣଗାନ କରିବା ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ,୨୦୧୨ ମସିହାରୁ ଶିକ୍ଷକ ଦିଲ୍ଲିପ ପ୍ରଧାନ ଯୋଗଦାନ କରି ହିନ୍ଦୀ ଭାଷା ଶିଖାଇବା ସହିତ ଭଗବତ ଜ୍ଞାନର ପ୍ରତିଯୋଗିତା କୁ ନେଇ ଜିଲ୍ଲା ସ୍ତରୀୟ ସୁନାମ ଅର୍ଜନ କରିଥିଲେ,ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *