ରାଜ୍ୟ

ସଜେଇ ହେଇଛି ଏନଟିପିସି ବଜାର,୭ ମଣ୍ଡପରେ ଧନଦାତ୍ରୀ

କଣିହାଁ(ନିପ୍ର )କଣିହାଁ ବ୍ଲକ ଏନଟିପିସି ବଜାରରେ ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଧୁମଧାମ ରେ ପାଳିତ ହୋଇଛି,ରଙ୍ଗିନ ଆଲୋକ ମାଳାରେ ସାରା ବଜାର ସଜେଇ ହୋଇଥିବା ବେଳେ ଆକର୍ଷଣୀୟ ତ୍ୱରଣ ଓ ପୂଜା ମଣ୍ଡପ ଦେଖିବାକୁ ଭିଡ ଜମୁଛି,୭ ଟି ମଣ୍ଡପରେ ଗଜଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତ୍ତୀ ପୂଜା ପାଉଛନ୍ତି,ଦର୍ଶକ ଙ୍କ ଭିଡକୁ ନେଇ ଜୀବିକା ନିର୍ବାହ ପାଇଁ ପସରା ମେଲାଇଥିବା ଉଠା ଦୋକାନୀ ଙ୍କ ସହିତ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବେପାର କାରବାରକୁ ନେଇ ଉସ୍ଚାହ ସୃଷ୍ଟି ହୋଇଛି,ଡ୍ରାଇଭର ମହାସଂଘ ସହିତ ଅନ୍ୟାନ ପୂଜା କମିଟି ତରଫରୁ ବଣିକ ସଂଘ ନିଷ୍ପତି କୁ ନେଇ ପ୍ରତେହଃ ପର୍ଯ୍ୟାୟକ୍ରମେ ପ୍ରସାଦ ସେବନ,ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସନ୍ଧ୍ୟା,ନାମ ସଙ୍କିର୍ତ୍ତନ ଇତ୍ୟାଦି ବ୍ୟବସ୍ଥା ଯାରି ରହିଛି,୩ ତାରିଖ ଶୁକ୍ରବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ, ଶାନ୍ତିଶୃଙ୍ଖଳା ଦାଇତ୍ୱ ସହିତ ସୁ ପରିଚାଳନା କୁ ନେଇ ଏନଟିପିସି ବଜାର ବଣିକ ସଙ୍ଘ ସଭାପତି ସଂଶାଙ୍କ ଶେଖର ପାଣି, ଉପ ସଭାପତି ସୁନୀଲ କୁମାର ଅଗ୍ରୱାଲ, ସମ୍ପାଦକ ଲଳିତ ମୋହନ ପ୍ରଧାନ, କାର୍ଯ୍ୟକର୍ତା ଲକ୍ଷ୍ମୀଧର ସାହୁ, ଦିଲୀପ ପାଣି, ପ୍ରଶାନ୍ତ ସାହୁ, ସୁନଦ ସାହୁ, ଆଲୋକ ପ୍ରଧାନ, ଶିବପ୍ରସାଦ ରାଉତ, ଦୁଷ୍ମନ୍ତ ସାହୁ, ଦିଲୀପ ସାହୁ ପ୍ରମୁଖ ଓ ପୋଲିସ ତରଫରୁ ମିଳିତ ପରିଚାଳନା କରାଯାଇଛି l

Leave a Reply

Your email address will not be published. Required fields are marked *