ରାଜ୍ୟ

ଧର୍ମଶାଳା ର ପୂର୍ବତନ ବିଧାୟକ ୮୬ ବର୍ଷ ବୟସରେ ଦେହାନ୍ତ

ଧର୍ମଶାଳା ନିପ୍ର -ଧର୍ମଶାଳା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବି ଲାବଣ୍ୟ ଙ୍କ ର ୮୬ ବର୍ଷ ବୟସରେ ଦେହାନ୍ତ । ସେ ଜଣେ ବଳିଷ୍ଠ ଛାତ୍ର ନେତା ଭାବେ ଛାତ୍ର ଜୀବନ ରେ ରେଭେନ୍ସା ସମେତ ତିନି ତିନୋଟି କଲେଜ ର ନିର୍ବାଚିତ ଛାତ୍ର ସଭାପତି ଥିଲେ ।୧୯୬୪ ମସିହା ଛାତ୍ର ଆନ୍ଦୋଳନ ର ପ୍ରମୁଖ ବିନ୍ଧାଣି ଥିଲେ ରବି ବାବୁ । ସୁଦୂର ନିମାପଡା ରୁ ଧର୍ମଶାଳା ଶିକ୍ଷକତା କରିବା କୁ ଆସି ୧୯୭୭ ମସିହା ରେ ଜନତା ଦଳ ରୁ ବିଧାୟକ ହୋଇ ପାରିଥିଲେ । ବିଜୁ ବାବୁଙ୍କ ପଟ୍ଟ ଶିଷ୍ୟ ଭାବେ ନିଜ ଜୀବନ ର ଶେଷ ପ୍ରଯ୍ୟନ୍ତ ବିଜୁ ପରିବାର ର ଆନୁଗତ୍ୟ ହୋଇ ରହିଥିଲେ । ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପ୍ରତିବର୍ଷ ପାଳନ କରନ୍ତି । ବଡ଼ କଥା ହେଉଛି ରବି ବାବୁ ଭୁବନେଶ୍ୱର ରେ ନରହି ଧର୍ମଶାଳା ର ନିପଟ ମଫସଲ ମିର୍ଜାପୁର ଗ୍ରାମ ରେ ସ୍ଥାୟୀ ଭାବେ ରହି ଆସୁଥିଲେ । ସେ ବନ୍ଦେ ଉତ୍କଳ ଜନନୀ ସଂଗଠନ ମାଧ୍ୟମରେ ରେ ଦୀର୍ଘ ବର୍ଷ ଧରି ବୋଇତ ବନ୍ଦାଣ ଉତ୍ସବ ଧର୍ମଶାଳା ରେ ପାଳନ କରି ଆସୁଥିଲେ । ଆଜି ତାଙ୍କ ଅବର୍ତମାନ ରେ ଝୁରୁଛି ଧର୍ମଶାଳା , ଝୁରୁଛି ମିର୍ଜାପୁର ମା ମାଟି । ତାଙ୍କ ସମୟ ର ନାରା ଟି ଏବେ ବି ଆମ କର୍ଣ ରେ ଗୁଞ୍ଜରୀତି ହେଉଛି । ଝିପି ଝିପି ବର୍ଷା ଖାଇଛି କିଏ ,ରବି ଦାସ ଆଉ କିଏ । ମୁଣ୍ଡ ରେ ଧର୍ମଶାଳା ପାଇଁ ପଥର ବୋହିଛି କିଏ , ରବି ଦାସ ଆଉ କିଏ । ସେହି ମହାନ ଜନନାୟକ ଦେହାନ୍ତରେ ଧର୍ମଶାଳା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *